ରାଜ୍ୟ

Elephant Attack: ଆଦିବାସୀ ଯୁବକଙ୍କୁ ଦଳିଦେଲା ହାତୀ

ସ୍ତ୍ରୀ ଶୁଭଲତା ପ୍ରଧାନ ଓ ଝିଅ ଶୁଭଲକ୍ଷ୍ମୀ ପ୍ରଧାନ ଘରକୁ ଫେରି ଯାଇଥିଲେ। କିନ୍ତୁ ପ୍ରଦୀପ ଘରକୁ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦ୍ଦଳି ଚକଟି ମାରି ଦେଇଥିଲା।

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ ହାତୀ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଘର  ତ କେତେବେଳେ ଫସଲ ନଷ୍ଟ କରୁଛି। ଇତି ମଧ୍ୟରେ ୪ଜଣ ବ୍ୟକ୍ତିଙ୍କୁ ଦଳି ମାରିସାରିଲାଣି। ପୁଣି ଗତ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ଦଳି ଦେଇଛି ହାତୀ।

କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତକୁ ଚାଷ କରିବା ପାଇଁ ଆସିଥିଲେ।ସନ୍ଧ୍ୟା ସମୟରେ ସ୍ତ୍ରୀ ଶୁଭଲତା ପ୍ରଧାନ ଓ ଝିଅ ଶୁଭଲକ୍ଷ୍ମୀ ପ୍ରଧାନ ଘରକୁ ଫେରି ଯାଇଥିଲେ। କିନ୍ତୁ ପ୍ରଦୀପ ଘରକୁ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦ୍ଦଳି ଚକଟି ମାରି ଦେଇଥିଲା।

ରାସ୍ତା ଅବରୋଧ

ଏଣେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଓ ହାତୀକୁ ସ୍ଥାନାନ୍ତର ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଜିଲ୍ଲାପାଳ, ଡିଏଫ୍ ଓ ପହଞ୍ଚି ପ୍ରତିଶ୍ରୁତି ଦେବା ପାଇଁ ଅଡି ବସିରହିଛନ୍ତି। ଦୁଇ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button