ଦେଶ ବିଦେଶ

‘ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବୁନି’

ତେଲ ଆଭିଭ୍‌ : ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୃଢତାର ସହ କହିଛନ୍ତି। ଇରାନ ଯଦି ଆମେରିକା କିମ୍ବା ଆରବ ଦେଶ ସହ କୌଣସି ବୁଝାମଣା କରି ପରମାଣୁ ଅସ୍ତ୍ର ହାସଲ କରିବାକୁ ଯୋଜନା କରେ ତେବେ ଇସ୍ରାଏଲ ଏହାକୁ ସଫଳ ହେବାକୁ ଦେବ ନାହିଁ। ଆଉ ଯଦି ଆମେରିକା ସହ ବୁଝାମଣା ନ କରି ନିଜ କ୍ଷମତା ବଳରେ ଇରାନ ଯଦି ପରମାଣୁ ଅସ୍ତ୍ର ତିଆରି କରେ ତେବେ ଇସ୍ରାଏଲ ଏହାକୁ ପ୍ରତିରୋଧ କରିବ। ରବିବାର ଅନୁଷ୍ଠିତ ଇସ୍ରାଏଲ ମନ୍ତ୍ରିମଣ୍ଡଳ ବୈଠକରେ ନେତାନ୍ୟାହୁ କହିଛନ୍ତି, ‘ମୁଁ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅଛି, ଇରାନକୁ କେବେହେଲେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବି ନାହିଁ।’ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଆଞ୍ଚଳିକ କିମ୍ବା ଅନ୍ତର୍ଜାତୀୟ ସ୍ତରରେ କୂଟନୈତିକ ଆଲୋଚନା ଯାହା ବି ହେଉନା କାହିଁକି, ଇସ୍ରାଏଲ୍ ନିଜର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ। ଆମେରିକା ଓ କେତେକ ଆରବ ରାଷ୍ଟ୍ର ଇରାନ ସହିତ ଶାନ୍ତି କିମ୍ବା ଆଣବିକ ଚୁକ୍ତି ପାଇଁ ଚେଷ୍ଟା ଚଳାଇଥିବା ବେଳେ ଇସ୍ରାଏଲର ଏହି କଠୋର ଆଭିମୁଖ୍ୟ ସାମ୍ନାକୁ ଆସିଛି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇସ୍ରାଏଲ୍ ନିଜ ଅସ୍ତିତ୍ୱ ପ୍ରତି ଏକ ବଡ଼ ବିପଦ ଭାବେ ଦେଖିଆସୁଛି। ଇରାନକୁ ପରମାଣୁ ଅସ୍ତ୍ର ତିଆରିରୁ ରୋକିବା ପାଇଁ ଉଭୟ ଆମେରିକା ଓ ଇସ୍ରାଏଲ ଏବେ ଏହା ଉପରେ ଆକ୍ରମଣ ଚଳାଇଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button