ଦେଶ ବିଦେଶ

Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍‌ରେ ଭାସିଗଲା ଭ୍ୟାନ୍‌, ଗୋଟିଏ ପରିବାରର ୯ ମୃତ

ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ‌ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁ ହୋଇଛି।

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ‌ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭ୍ୟାନ୍‌ଟି ବର୍ଷା ଯୋଗୁ ଏକ ଉଛୁଳା ଡ୍ରେନ୍‌‌ରେ ପଡ଼ି ଭାସି ଯାଇଥିଲା। ଫଳରେ ଏହି ଘଟଣା‌ରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗାଡ଼ିରେ ଥିବା‌ ଅନ୍ୟ ୨ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି।

ଜଳସ୍ତର ଏତେ ଅଧିକ ଥିଲା ଯେ ଡ୍ରାଇଭର ରାସ୍ତା ଓ ଡ୍ରେନ୍‌ ଚିହ୍ନଟ କରିପାରି ନ ଥିଲେ। ଫଳରେ ଗାଡ଼ିଟିକୁ ସେ ଡ୍ରେନ୍‌ ଭିତରେ ପୂରାଇ ଦେଇଥିଲେ ଏବଂ ଗାଡ଼ିଟି ଭାସିଗଲା। ତୁରନ୍ତ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଉଦ୍ଧାର ଅପରେସନ୍‌ ଆରମ୍ଭ କରିଥିଲେ। ଜଣେ ନାବାଳିକାଙ୍କ ସମେତ ୯ ଜଣଙ୍କ ମର ଶରୀର ଉଦ୍ଧାର କରାଯାଇଛି। ଉକ୍ତ ଘଟଣାରେ ସାରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button