ଦେଶ ବିଦେଶ

Ethanol: ଇଥାନଲ୍‌ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲାଗିବ

ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ୁଥିବାରୁ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁ ‌‌ଯୋଗାଣ ଉପରେ ରୋକ ଲଗାଇବା ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହାଦ୍ବାରା ଦେଶରେ ଚିନି ଉତ୍ପାଦନ ବଢ଼ିବା ସହ ଦର ନିୟନ୍ତ୍ରଣକୁ ଆସିପାରିବ ଏବଂ ଘରୋଇ ଚାହିଦା ପୂରଣ କରିବା ପାଇଁ ସରକାରଙ୍କୁ ଚିନି ଆମଦାନି କରିବାକୁ ପଡ଼ିବନି।

ନୂଆଦିଲ୍ଲୀ: ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ୁଥିବାରୁ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁ ‌‌ଯୋଗାଣ ଉପରେ ରୋକ ଲଗାଇବା ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହାଦ୍ବାରା ଦେଶରେ ଚିନି ଉତ୍ପାଦନ ବଢ଼ିବା ସହ ଦର ନିୟନ୍ତ୍ରଣକୁ ଆସିପାରିବ ଏବଂ ଘରୋଇ ଚାହିଦା ପୂରଣ କରିବା ପାଇଁ ସରକାରଙ୍କୁ ଚିନି ଆମଦାନି କରିବାକୁ ପଡ଼ିବନି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍‌ ବର୍ଷା ହେବାରୁ ଆଖୁ ଉତ୍ପାଦନ କମ୍‌ ହେବା ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଇଥାନଲ୍‌ ପାଇଁ ଆଖୁ ନ ଯୋଗାଇ ତାହାକୁ ଚିନି କଳଗୁଡ଼ିକୁ ଦେବା ଉପରେ ସରକାର ବିଚାର କରୁଛନ୍ତି। ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ମାସ ଶେଷ ସୁଦ୍ଧା ନେବାର ସମ୍ଭାବନା ରହିଛି।

ଇଥାନଲ ଉତ୍ପାଦନ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲଗାଗଲେ ଚିନି ଉତ୍ପାଦନ ୩୦ ଲକ୍ଷ ଟନ୍‌ ବଢ଼ିବା ଆଶା କରାଯାଉଛି। ଦେଶରେ ଚିନି ଚାହିଦା ବୃଦ୍ଧି ପାଉଥିବାରୁ ଅଳ୍ପ ଦିନ ଭିତରେ ଏହାର ଦର ୧୦ ପ୍ରତିଶତ ବଢ଼ିଛି। ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଚିନି ଦରରେ ଏଭଳି ବୃଦ୍ଧି ଚିନ୍ତାର କାରଣ ହୋଇଛି। ଯୋଗାଣ ହ୍ରାସ ଓ ଚାହିଦାରେ ବୃଦ୍ଧି ଜାରି ରହିଥିବାରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଚିନି ଦର ଉଚ୍ଚା ରହିବା ଆଶଙ୍କା କରାଯାଉଛି। ଯଦିଓ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁ ‌ଯୋଗାଣ ବନ୍ଦ ହେବ, କିନ୍ତୁ ସେହି ଇନ୍ଧନ ଉତ୍ପାଦନ ଯେଭଳି ସ୍ବାଭାବିକ ରହିପାରିବ ସେଥିପାଇଁ ଅଧିକ ପରିମାଣର ମକା ଓ ଚାଉଳ ଯୋଗାଇ ଦିଆଯିବ। ଦେଶରେ ଏହି ଦୁଇ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍‌ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button