ଦେଶ ବିଦେଶ
Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍ରେ ଭାସିଗଲା ଭ୍ୟାନ୍, ଗୋଟିଏ ପରିବାରର ୯ ମୃତ
ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ଡ୍ରେନ୍ରେ ଭାସିଯାଇ ମୃତ୍ୟୁ ହୋଇଛି।

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ଡ୍ରେନ୍ରେ ଭାସିଯାଇ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭ୍ୟାନ୍ଟି ବର୍ଷା ଯୋଗୁ ଏକ ଉଛୁଳା ଡ୍ରେନ୍ରେ ପଡ଼ି ଭାସି ଯାଇଥିଲା। ଫଳରେ ଏହି ଘଟଣାରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗାଡ଼ିରେ ଥିବା ଅନ୍ୟ ୨ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି।
ସୌଜନ୍ୟ ସମ୍ବାଦ




