ଦେଶ ବିଦେଶ

Surat: ସୁରତ ମେଡିକାଲ କଲେଜ ହଷ୍ଟେଲରେ ଜୀବନ ହାରିଲେ ଡାକ୍ତର, ହଇରାଣ କରିବା ଅଭିଯୋଗରେ ୪ ବରିଷ୍ଠ ଡାକ୍ତର ନିଲମ୍ବିତ

ଗୁଜରାଟର ସୁରତସ୍ଥିତ ସରକାରୀ ମେଡିକାଲ କଲେଜ ହଷ୍ଟେଲରେ ରବିବାର ଜଣେ ୨୯ ବର୍ଷୀୟ ସ୍ନାତକୋତ୍ତର ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ହଇରାଣ ଓ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ମୃତ ଡାକ୍ତରଙ୍କ ନାମ ହର୍ଷ ପାଣ୍ଡ୍ୟା।

ଅହମଦାବାଦ: ଗୁଜରାଟର ସୁରତସ୍ଥିତ ସରକାରୀ ମେଡିକାଲ କଲେଜ ହଷ୍ଟେଲରେ ରବିବାର ଜଣେ ୨୯ ବର୍ଷୀୟ ସ୍ନାତକୋତ୍ତର ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ହଇରାଣ ଓ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ମୃତ ଡାକ୍ତରଙ୍କ ନାମ ହର୍ଷ ପାଣ୍ଡ୍ୟା। ସେ ସୁରତ ସରକାରୀ ମେଡିକାଲ କଲେଜରେ ପ୍ରଥମ ବର୍ଷ ଏମ୍‌ଡି ମାଇକ୍ରୋବାୟୋଲୋଜି ପଢ଼ୁଥିଲେ ଏବଂ ନ୍ୟୁ ସିଭିଲ୍‌ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଭାଗରେ ରେସିଡେଣ୍ଟ ଡାକ୍ତର ଭାବେ କାମ କରୁଥିଲେ। ସେ ପ୍ରାୟ ୬ ମାସ ହେଲା ସେଠାରେ କାର୍ଯ୍ୟରତ ଥିଲେ।

ଘଟଣା ପରେ ହର୍ଷଙ୍କ ବାପା ସୁଭାଷ ପାଣ୍ଡ୍ୟା, ଯିଏ ନିଜେ ମଧ୍ୟ ଜଣେ ଡାକ୍ତର, ତାଙ୍କ ପୁଅ କେତେକ ବରିଷ୍ଠଙ୍କ ଦ୍ୱାରା ହଇରାଣ ହେଉଥିବା ପୂର୍ବରୁ ଅଭିଯୋଗ କରିଥିଲେ। ଗୁଜରାଟର ସ୍ବାସ୍ଥ୍ୟମନ୍ତ୍ରୀପ୍ରଫଲ୍ଲେ ପାନସେରିୟା ଆଭ୍ୟନ୍ତରୀଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ମଧ୍ୟରେ ଚାରିଜଣ ରେସିଡେଣ୍ଟ ଡାକ୍ତର—ଡାକ୍ତର ନିରାଲି ବାସାଭେ, ଡାକ୍ତର ଅନୁଜ ମହେଶ୍ବରୀ, ଡାକ୍ତର ଦୀକ୍ଷିତା ଘେଭାରିୟା ଓ ଡାକ୍ତର ହିନା ଭୁଟଙ୍କୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ତୁରନ୍ତ ହଷ୍ଟେଲ୍‌ ଖାଲି କରିବା ସହ ଶିକ୍ଷାଗତ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ କୁହାଯାଇଛି। ଅନ୍ୟପକ୍ଷରେ ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୁମୈୟା ମୁଲ୍ଲାଙ୍କ ସମେତ ୪ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button