ରାଜ୍ୟ
Miscreants Loot 4 Kg Silver ଫାଙ୍କା ଗୁଳି ଚଳାଇ ଲୁଟିନେଲେ ୪ କେଜି ରୁପା
ଯାଜପୁର ସଦର ଥାନା ଅଞ୍ଚଳର ଶିବା ଛକରେ ଫାଙ୍କା ଗୁଳି ଚଳାଇ ଜୁଏଲରୀ ମାଲିକଙ୍କଠାରୁ ପ୍ରାୟ ୪ କେଜି ରୁପା ଓ ଅନ୍ୟ ଅଳଙ୍କାର ଲୁଟ୍। ପୁଲିସ ତଦନ୍ତ ଆରମ୍ଭ କରିଛି।

ଯାଜପୁର: ସଦର ଥାନା ଅନ୍ତର୍ଗତ ଶିବା ଛକରେ ଆଜି (ସୋମବାର) ରାତିରେ ଫାଙ୍କା ଗୁଳି କରି ଜନୈକ ରୁପା ଦୋକାନିଙ୍କ ଠାରୁ ପ୍ରାୟ ୧୦ଲକ୍ଷ ଟଙ୍କା ମୂଲ୍ୟର ରୁପା ନେଇ ଦୃର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ସୂଚନାନୁସାରେ, ସବୁଦିନ ଭଳି ଆଜି ରାତି ପ୍ରାୟ ୧୦ଟା ବେଳେ ମା’ ମଙ୍ଗଳା ଜୁଏଲରୀର ମାଲିକ ବିଜୟ ସାହୁ ଓ ପତ୍ନୀ ଦୋକାନ ବନ୍ଦ କରି ରୁପା ଓ ନଗଦ ଟଙ୍କା ଆଦି ନେଇ ଘର ବନ୍ଧଢିହକୁ ଫେରୁଥିଲେ।
ଇନ୍ଦାରାଇ ଠାରେ ଦୁର୍ବୃତ୍ତମାନେ ମୋଟରସାଇକଲ୍ରେ ସେମାନଙ୍କୁ ପିଛା କରି ଅଟକାଇଥିଲେ। ଫାଙ୍କା ଗୁଳି ଚଳାଇ ସୁନା ଓ ରୁପା ଗହଣା ଥିବା ବ୍ୟାଗ୍ଟି ଛଡ଼ାଇ ନେଇଥିଲେ। ଏହି ବ୍ୟାଗ୍ରେ ପ୍ରାୟ ୪ କେଜି ରୁପା ଓ ଅନ୍ୟ ଅଳଙ୍କାର ଥିଲା।
ସୂଚନା ପାଇ ସଦର ପୋଲିସ ଓ ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଏକ ଗୁଳି ଜବତ କରିଛନ୍ତି।
ସୌଜନ୍ୟ ସମ୍ବାଦ




