ଦେଶ ବିଦେଶ

Protest: ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର: ଏବିଭିପିର ୧୧୦ କର୍ମୀ ଅଟକ

ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ମଙ୍ଗଳବାର ୧୮ଶ ଦିନରେ ପହଞ୍ଚିଛି। ସୋମବାର ବିଧାନସଭା ମାର୍ଚ୍ଚ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମଙ୍ଗଳବାର ବିଜେପି ସାରା...

ରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ମଙ୍ଗଳବାର ୧୮ଶ ଦିନରେ ପହଞ୍ଚିଛି। ସୋମବାର ବିଧାନସଭା ମାର୍ଚ୍ଚ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମଙ୍ଗଳବାର ବିଜେପି ସାରା ରାଜ୍ୟରେ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିବାବେଳେ ଏବିଭିପି ବିଧାନସଭା ମାର୍ଚ୍ଚ କରିଥିଲା। ଏହି ସମୟରେ ପୁଲିସ ୧୧୦ ଜଣ ଏବିଭିପି କର୍ମୀଙ୍କୁ ଅଟକ ରଖିଛି।

ଜୁଲାଇ ୨୫ରୁ ଆନ୍ଦୋଳନ କରୁଥିବା ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍‌ସି) ଓ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍‌ଏସ୍‌ସି)ରେ ସଂସ୍କାର, କେତେକ ପରୀକ୍ଷା ବାତିଲ ଏବଂ ସ୍ୱାଧୀନ ତଦନ୍ତ ଦାବି କରୁଛନ୍ତି। ସିବିଆଇ କିମ୍ବା ରାଜ୍ୟ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ କମିଟି ଦ୍ୱାରା ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି। ଛଅଜଣ ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରବିବାର ଛାତ୍ର ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ମଧ୍ୟ କୌଣସି ସମାଧାନ ଦେଇପାରି ନ ଥିଲା। ସୋମବାର ବିଧାନସଭା ଆଡ଼କୁ ଛାତ୍ରମାନଙ୍କ ମାର୍ଚ୍ଚ ରୋକିବା ପାଇଁ ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ ଓ ଲାଠିଚାର୍ଜ କରିଥିଲା। ଏହି ନିଯୁକ୍ତି ଅନିୟମିତତା ମାମଲାରେ ଝାଡ଼ଖଣ୍ଡ ସିଆଇଡି ପୂର୍ବତନ ଜେପିଏସ୍‌ସି ଅଧ୍ୟକ୍ଷ ଏଲ୍‌ ଖିଆଙ୍ଗ୍‌ତେଙ୍କୁ ଗିରଫ କରିଛି ଏବଂ ମାମଲାରେ ଗିରଫ ସଂଖ୍ୟା ୨୦ରେ ପହଞ୍ଚିଛି। ଏହାଛଡ଼ା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ନିଯୁକ୍ତି ପ୍ରକ୍ରିୟାର କଥିତ ଅନିୟମିତତାକୁ ନେଇ ମନିଲଣ୍ଡରିଂ ତଦନ୍ତ ଆରମ୍ଭ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button