ରାଜ୍ୟ

Adulterated Milk: ବ୍ରାଣ୍ଡ୍‌ ପ୍ୟାକେଟ୍‌ରେ ଭେଜାଲ୍‌ କ୍ଷୀର; ଫୁଟାଇଲେ ବାହାରୁଛି ଦୁର୍ଗନ୍ଧ ଓ ବଦଳୁଛି ରଙ୍ଗ, ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ

କଟକ,୧୨|୦୮: ଚକଚକିଆ ପ୍ୟାକେଜିଂ । ତା’ ଉପରେ ଲୋକପ୍ରିୟ ବ୍ରାଣ୍ଡ୍‌ର ନାଁ । ସେଥିରେ ପୁଣି ଲେବଲ୍‌ ଅଛି ତା’ ସାଙ୍ଗକୁ ଗୁଣବତ୍ତାର ଆଶ୍ୱାସନା ଦିଆଯାଇଛି । ଏମ୍‌ଆର୍‌ପି ଅନୁସାରେ ଟଙ୍କା ଦେଇ ପ୍ୟାକେଟ୍‌ କିଣୁଛନ୍ତି । ଗ୍ରାହକଙ୍କ ମନରେ ଆଉ ସନ୍ଦେହ ବା କାହିଁକି ହେବ? କିନ୍ତୁ ଘରକୁ ନେଇ ଗରମ କରିବା ମାତ୍ରେ ସାମାନ୍ୟ ଦୁର୍ଗନ୍ଧ ସହି ଚା’ ଭଳି ସାମାନ୍ୟ ରଙ୍ଗ ବଦଳି ଯାଉଛି । କିନ୍ତୁ ସେଥିରେ ଯଦି ଚା’ ପତି ପକାଇ ଦିଆଯାଉଛି ଆଉ କିଛି ବାରି ହେଉନି । କଟକ ସହରରେ ଏଭଳି କିଛି ବ୍ରାଣ୍ଡ୍‌ ପ୍ୟାକେଟ୍‌ରେ ବିକ୍ରି ହେଉଛି ଭେଜାଲ୍‌ କ୍ଷୀର । ଅପମିଶ୍ରିତ କ୍ଷୀରକୁ ନେଇ ଲୋକମାନେ ପୁଷ୍ଟିକର ନାଁରେ ବିଷ ପିଉଛନ୍ତି ।

ଗତ କିଛି ଦିନ ହେବ ସହରରେ ଏଭଳି ଭେଜାଲ୍‌ କ୍ଷୀରକୁ ନେଇ ରୋଷେଇ ଘରେ ଚହଳ ପଡ଼ିଛି । ଲୋକମାନେ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପକାଇବା ସହିତ ବିଭିନ୍ନ ସ୍ଥାନରେ ଅଭିଯୋଗ କରୁଥିଲେ ମଧ୍ୟ ସମସ୍ତେ ବ୍ରାଣ୍ଡ୍‌ ଭୟରେ ହାତ ଟେକିଦେଉଥିବା ଜଣାପଡ଼ିଛି । ଯାହାଦ୍ୱାରା ଏବେ ସହର ଅପମିଶ୍ରିତ ଖାଦ୍ୟପାନୀୟ କବ୍‌ଜାରୁ ମୁକୁଳିପାରୁ ନ ଥିବା ସନ୍ଦେହ ହେଉଛି । ଶ୍ରାବଣ ମାସ ପାଇଁ ଏବେ ଆମିଷ ଅପେକ୍ଷା ଅଧିକାଂଶ ନିରାମିଷ ଖାଦ୍ୟ ଖାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କ୍ଷୀର ଜାତୀୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି । ବିଶେଷକରି ପନିର୍‌, ଛେନା ଆଦିକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହାସହ ହସ୍ପିଟାଲ୍‌ରୁ ଆରମ୍ଭ କରି ଘରେ ଘରେ ପ୍ରତିଦିନ ପ୍ୟାକେଟ୍‌ କ୍ଷୀର ବ୍ୟବହାର ହେଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button