ରାଜ୍ୟ
Mining Department Raid ଖଣି ବିଭାଗର ଚଢ଼ାଉ, ୧୪ ଡମ୍ପର ସହ ୪ ମେସିନ ଜବତ
ବାଲେଶ୍ୱର ଖଣି ବିଭାଗ ସୋର ମହୁମୁହାଣ ପଥର ଖାଦାନରେ ଚଢ଼ାଉ କରି ୧୪ଟି ପଥର ବୋଝେଇ ଡମ୍ପର, ୨ଟି ଡ୍ରିଲ୍ ଓ ୨ଟି ପୋକଲିନ୍ ମେସିନ ଜବତ କରିଛି।

ସୋର: ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ସୋର ଥାନା ମହୁମୁହାଣ ପଥର ଖାଦାନରେ ଚଢ଼ାଉ କରି ୧୪ ଟି ପଥର ବୋଝେଇ ଡମ୍ପର ସମେତ ଚାରୋଟି ମେସିନକୁ ଜବତ କରିଛି।
ବାଲେଶ୍ୱର ଖଣି ଅଧିକାରୀ ରୋହିତ ସାମଲଙ୍କ ନେତୃତ୍ୱରେ ଏକ ଟିମ ଏହି ଖାଦାନ ଅଞ୍ଚଳର ୪୪ ନମ୍ବରରେ କ୍ଵାରିରେ ଅଚାନକ ଚଢ଼ାଉ କରିଥିଲେ। ଏହି ସମୟରେ ଖାଦାନରେ କାମ କରୁଥିବା
୨ ଟି ଡ୍ରିଲ ମେସିନ, ୨ ଟି ପୋକଲିନ ସମେତ ବେଆଇନ ଭାବେ ପଥର ବୋଝେଇ ହୋଇଥିବା ୧୪ ଟି ଡମ୍ପରକୁ ଜବତ କରିଥିଲେ। ଜବତ ପରେ ସମସ୍ତ ଗାଡି ଗୁଡିକୁ ସୋର ପୁଲିସ ଜିମା ଦିଆଯାଇଥିବା ଜଣା ପଡିଛି। ଏହି ଚଢ଼ାଉରେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣିଙ୍କ ସମେତ ସୋର ପୁଲିସ ସାମିଲ ହୋଇଥିଲେ।
ସୌଜନ୍ୟ ସମ୍ବାଦ




