ରାଜ୍ୟ

Puri will be a ‘spiritual beach’: ପୁରୀ ହେବ ‘ଆଧ୍ୟାତ୍ମିକ ବେଳାଭୂମି’: ମୁଖ୍ୟମନ୍ତ୍ରୀ

ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠ ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତୀକରଣ ନିଷ୍ପତ୍ତି
ଆହୁରି ଭବ୍ୟ ହେବ ‘ମହୋଦଧି ଆରତି’

ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତି’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏହି ଆରତିସ୍ଥଳର ସୌନ୍ଦର୍ଯ୍ୟକରଣ ସହିତ ସନ୍ଧ୍ୟା ଆରତିକୁ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମଗ୍ର ପୁରୀ ବେଳାଭୂମିକୁ ଏକ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି ଭାବେ ବିକଶିତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗୋବର୍ଦ୍ଧନ ପୀଠର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜ୍‌କୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜଗଦ୍‌ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିରାପତ୍ତା ଓ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି। ଗୋବର୍ଦ୍ଧନ ପୀଠର ସମସ୍ତ ପୂର୍ବାଚାର୍ଯ୍ୟମାନଙ୍କ ପବିତ୍ର ସମାଧିସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button