ରାଜ୍ୟ

Sun Temple Sand: ଅଟକିଛି ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଡ଼ା ନିଷ୍ପତ୍ତି, ୪ବର୍ଷ ମଧ୍ୟରେ ୬ଥର ଅନୁଧ୍ୟାନ ସରିଲାଣି

କୋଣାର୍କ,୧୪/ ୦୮: ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ନିଷ୍ପତ୍ତି ଝୁଲୁଛି । କେବେ ଏହା ଶେଷ ହେବ ସେନେଇ କେହି ଠିକ୍ ସୂଚନା ଦେଇପାରୁ ନାହାନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି ।

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା ଦୁଇ ମାସ ହେଲାଣି ବନ୍ଦ ରହିଛି । ଗତ ୪ ବର୍ଷ ମଧ୍ୟରେ ୬ ଥର ଅନୁଧ୍ୟାନ ସରିଲାଣି । ଧାର୍ଯ୍ୟ ସମୟସୀମା ଶେଷ ହୋଇଥିବାବେଳେ ସୂର୍ଯ୍ୟ ମନ୍ଦିର ବାଲି କଢ଼ାକୁ ନେଇ ଆଶଙ୍କା ଦେଖାଦେଇଛି । ଗତ ଜୁନ୍ ୬ରେ ସୂର୍ଯ୍ୟ ମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ଓ ସଂରକ୍ଷଣ ନିମନ୍ତେ ଏଏସ୍ଆଇ ଡିଜି ୟଦୁବୀର ସିଂ ରାୱତ, ଏକ ବୈଷୟିକ ଟିମ୍, ସୂର୍ଯ୍ୟ ମନ୍ଦିର କୋର୍ କମିଟି ସଦସ୍ୟ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସର ଅନୁଧ୍ୟାନ କରିଥିଲେ ।

ପ୍ରଥମେ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ଦିଗରେ ୮୦ ଫୁଟ୍ ଉପରେ ପ୍ରଥମ ପିଢ଼ରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର୍ ଡ୍ରିଲର ସ୍ଥାନକୁ ଦେଖିବା ସହ ଏହାର ସ୍ଥିତି ଯାଞ୍ଚ କରିଥିଲେ । ପରେ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ଅଂଶ ବୁଲି ଦେଖିଥିଲେ । ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ସହଜ ନୁହେଁ । ବୈଷୟିକ ଟିମ୍ ନିଷ୍ପତ୍ତି ନେବ ବୋଲି କହିଥିଲେ । ପାସେଜ ନିର୍ମାଣ ହେବାକୁ ଥିବା ସ୍ଥାନରେ ମନ୍ଦିର ଗର୍ଭଗୃହକୁ ସମାନ୍ତରାଳ ଭାବେ ୨୫ ଫୁଟ୍ ଲମ୍ବର ଦୁଇଟି ଡ୍ରିଲ୍ କାର୍ଯ୍ୟ ଶେଷ ହୋଇଛି । ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ଶେଷ ପର୍ଯ୍ୟାୟରେ କାର୍ଯ୍ୟ ଅଟକି ରହିଛି । ଗର୍ଭଗୃହରୁ ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି ଏଏସ୍ଆଇ ସୂଚନା ଦେଇଥିଲା ।

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୮ରେ ଏଏସ୍ଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗା ଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ୍ ଏବଂ ଲେଆଡଟ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିଭଳି ଦକ୍ଷିଣ ପାଶ୍ୱର୍ରେ ଲୁହା ବିମ୍ ସାହାଯ୍ୟରେ ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି । ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡ଼ିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button