ରାଜ୍ୟ
Accident: ରାସ୍ତା ଡିଭାଇଡରରେ ପିଟିହୋଇ ଟ୍ରଲର୍ ଚୁରୁମାର, ଡ୍ରାଇଭର ଗୁରୁତର
ଅନୁଗୋଳ - ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ସାନ୍ତରାପୁର ଜିନ୍ଦଲ ଛକ ପାର୍କିଂ ନିକଟରେ ରାସ୍ତା ମଝି ଡିଭାଇଡରରେ ପିଟିହୋଇ ଟ୍ରଲର ଚୁରମାର ହୋଇଛି। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଟ୍ରଲର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଛେଣ୍ତିପଦା: ପୁଣି ଅନୁଗୋଳ – ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ସାନ୍ତରାପୁର ଜିନ୍ଦଲ ଛକ ପାର୍କିଂ ନିକଟରେ ରାସ୍ତା ମଝି ଡିଭାଇଡରରେ ପିଟିହୋଇ ଟ୍ରଲର ଚୁରମାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଚଆର- ୩୯-ଜି-୭୪୧୦ ନଂ ଟ୍ରଲର ସମ୍ବଲପୁର ଆଡୁ ଅନୁଗୋଳ ଆଡକୁ ଆସୁଥିଲା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଟ୍ରଲର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି
ଦୁର୍ଘଟଣାରେ ଚାଳକ ଜଣଙ୍କ ଚାପିହୋଇ ଥିଲାବେଳେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି। ଦ୍ରୁତ ଗତିରେ ଜାତୀୟ ରାଜପଥ ଡିଭାଇରରେ ନିଜେ ଟ୍ରଲର୍ ଟି ଦୁର୍ଘଟଣା ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୌଜନ୍ୟ ସମ୍ବାଦ




