USA: ଆମେରିକା ସୈନ୍ୟଙ୍କୁ ହତ୍ୟା କିମ୍ବା ବନ୍ଦୀ କରିବାକୁ ୩୦,୦୦୦ ଡଲାର ପୁରସ୍କାର ରାଶି ଘୋଷଣା କଲା ଇରାନ; ମହିଳା ଧରିଲେ ଦୁଇଗୁଣା ପୁରସ୍କାର ରାଶି ପାଇବେ
ଆମେରିକା ସୈନ୍ୟଙ୍କୁ ହତ୍ୟା କରିବା କିମ୍ବା ବନ୍ଦୀ କରିବା ପାଇଁ ଇରାନ ରବିବାର ବିପୁଳ ପୁରସ୍କାର ରାଶି ଘୋଷଣା କରିଛି। ଆମେରିକାର ଜଣେ ସୈନ୍ୟଙ୍କୁ ହତ୍ୟା କଲେ କିମ୍ବା ଧରିଲେ ୩୦,୦୦୦ ଡଲାର ମୂଲ୍ୟର ପୁରସ୍କାର ରାଶି ପାଇବେ ବୋଲି ଇରାନ ଘୋଷଣା କରିଛି

ତେହେରାନ: ଆମେରିକା ସୈନ୍ୟଙ୍କୁ ହତ୍ୟା କରିବା କିମ୍ବା ବନ୍ଦୀ କରିବା ପାଇଁ ଇରାନ ରବିବାର ବିପୁଳ ପୁରସ୍କାର ରାଶି ଘୋଷଣା କରିଛି। ଆମେରିକାର ଜଣେ ସୈନ୍ୟଙ୍କୁ ହତ୍ୟା କଲେ କିମ୍ବା ଧରିଲେ ୩୦,୦୦୦ ଡଲାର ମୂଲ୍ୟର ପୁରସ୍କାର ରାଶି ପାଇବେ ବୋଲି ଇରାନ ଘୋଷଣା କରିଛି। ମହିଳା ଯଦି ଆମେରିକା ସୈନ୍ୟଙ୍କୁ ବନ୍ଦୀ କରନ୍ତି କିମ୍ବା ହତ୍ୟା କରନ୍ତି ତାହା ହେଲେ ପୁରସ୍କାର ରାଶି ଦ୍ବିଗୁଣିତ ହେବ ବୋଲି କୁହାଯାଇଛି। ଇରାନ ଓ ଆମେରିକା ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ରବିବାର ଇରାନ ଏହି ଘୋଷଣା କରିଛି।
ଆମେରିକା ଓ ଇରାନ ଅନେକ ସମୟରେ ପରସ୍ପରର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛନ୍ତି। ଫେବ୍ରୁଆରି ୨୮ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ଉନ୍ମୁକ୍ତ ରହିବା ନେଇ ବାଧା ରହିଛି। ଇରାନର ଆଇଆର୍ଏନ୍ଏ ଷ୍ଟେଟ୍ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟ ଆମିର ହତାମି କହିଛନ୍ତି ଯେ, ଆର୍ଥିକ ସହାୟତାରେ ଅଂଶଗ୍ରହଣ କରିବା ପାଇଁ ବହୁ ସଂଖ୍ୟକ ଅନୁରୋଧ ମିଳିବା ପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।
ହତାମି କିନ୍ତୁ ଆମେରିକା ସୈନ୍ୟଙ୍କୁ କେଉଁଠାରେ ଓ କେତେବେଳେ ହତ୍ୟା କରାଯିବା କିମ୍ବା ବନ୍ଦୀ କରାଯିବା ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି। ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେ ଆମେରିକା ସ୍ଥଳବାହିନୀ ମୁତୟନ ହୋଇନାହାନ୍ତି। ତେବେ ଏପ୍ରିଲ ମାସରେ ଇରାନରେ ପଡ଼ି ଯାଇଥିବା ଜଣେ ଆମେରିକୀୟ ପାଇଲଟଙ୍କ ପାଇଁ ୱାସିଂଟନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




