ଦେଶ ବିଦେଶ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ; ୭ ଦିନରେ ଚୂଡ଼ାନ୍ତ କର ବିମାନ ଭଡ଼ା ନିୟମ

ନୂଆଦିଲ୍ଲୀ : ମନଇଚ୍ଛା ବିମାନ ଭଡ଼ା ବୃଦ୍ଧି ଓ ଯାତ୍ରୀଙ୍କଠାରୁ ନିଆଯାଉଥିବା ଅତିରିକ୍ତ ଦେୟ ଉପରେ ସୁପ୍ରିମକୋର୍ଟ କଠୋର ମନୋଭାବ ପୋଷଣ କରିଛନ୍ତି। ୭ ଦିନ ମଧ୍ୟରେ ବିମାନ ଭଡ଼ା ସମ୍ବନ୍ଧିତ ନିୟମ ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନିୟମ ପାଳନ କରୁ ନ ଥିବା ଏୟାରଲାଇନ୍ସ କମ୍ପାନୀ ଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ କହିଛନ୍ତି। ଏଭଳି କମ୍ପାନୀ ଗୁଡ଼ିକର ବିମାନକୁ ଉଡାଣ ଅନୁମତି ନଦେବାକୁ ନିର୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ଏସ. ଲକ୍ଷ୍ମୀ ନାରାୟଣଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆବେଦନରେ କୁହାଯାଇଥିଲା ଯେ ଚାହିଦା ବଢ଼ିବା ସମୟରେ ଛୁଟିଦିନ କିମ୍ବା ପାର୍ବଣରେ ବିମାନ କମ୍ପାନୀ ମନଇଚ୍ଛା ବିମାନ ଭଡ଼ା ବୃଦ୍ଧି କରୁଛନ୍ତି। ସରକାରୀ ନିୟମ ମଧ୍ୟ ପାଳନ କରୁନାହାନ୍ତି। ସମାନ ଦିନରେ ସମାନ ମାର୍ଗରେ ଯିବା ପାଇଁ ଅଲଗା ଅଲଗା ଭଡ଼ା ନେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ ନେଇ ହାତ ଟେକି ଦେଇଛନ୍ତି। ଏ ଦିଗରେ କିଛି କରିପାରିବେ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିେଲ। ଭଡ଼ାରେ କୌଣସି ସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି କହିଥିଲେ। ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କହିଥିଲେ ଯେ ପରିଚାଳନା ଓ ଭଡ଼ା ଧାର୍ଯ୍ୟ ବ୍ୟବସ୍ଥା ପାଇଁ ପ୍ରସ୍ତୁତ କରାଯାଉଥିବା ନୂଆ ନିୟମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତିନି ସପ୍ତାହରେ ଏହା ଶେଷ ହେବ ଏବଂ କୋର୍ଟରେ ଏହାକୁ ଉପସ୍ଥାପନ କରାଯିବ। ସେପ୍ଟେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button