ଦେଶ ବିଦେଶ

Murder: ଜମି ବିକ୍ରି ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ଉତ୍ତରପ୍ରଦେଶର ରାମପୁରରେ ଜମି ବିକ୍ରି କରିବାକୁ ପତ୍ନୀ ମନା କରିବାରୁ ତାଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଇସରାରକୁ ଗିରଫ କରିଛି। ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁରରେ ଜମି ବିକ୍ରି କରିବାକୁ ପତ୍ନୀ ମନା କରିବାରୁ ତାଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଇସରାରକୁ ଗିରଫ କରିଛି। ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାଟି ରାମପୁର ଜିଲ୍ଲାର ଏକ ଗାଁରେ ଘଟିଥିବା ବେଳେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

ପୁଲିସର ସୂଚନା ଅନୁସାରେ, ପୀଡ଼ିତା ନାସରିନଙ୍କ ନାମରେ ଥିବା ବା ପରିବାରରୁ ମିଳିଥିବା ଜମିକୁ ବିକ୍ରି କରିବା ପାଇଁ ସ୍ୱାମୀ ଚାପ ପକାଉଥିଲେ। କିନ୍ତୁ ନାସରିନ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ପରେ ସ୍ୱାମୀ ତାଙ୍କୁ ବିଦ୍ୟୁତ୍‌ ଝଟକା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଗୁପ୍ତାଙ୍କ ସମେତ ଶରୀରର ୬ଟି ସ୍ଥାନରେ ବିଦ୍ୟୁତ୍‌ ଆଘାତଜନିତ ପୋଡ଼ାଦାଗ ଥିବା ଜଣାପଡ଼ିଛି। ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ପୁଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ ୧୩ ବର୍ଷ ତଳେ ନାସରିନ ଓ ଇସରାର ପରସ୍ପରକୁ ବିବାହ କରିଥିଲେ ଓ ସେମାନଙ୍କ ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ନିଜ ବାପାଙ୍କଠାରୁ ‌ଯୌତୁକ ଆକାରରେ ମିଳିଥିବା ଜମି ବିକିଦେଲେ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେବ ବୋଲି ନାସରିନ ଜମି ବିକ୍ରିକୁ ବିରୋଧ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button