ଦେଶ ବିଦେଶ

UAE Iran Conflict: କ୍ଷେପଣାସ୍ତ୍ର ଆକ୍ରମଣ ନେଇ ୟୁଏଇ କ୍ରୋଧିତ: ଇରାନ ସହ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାର ବନ୍ଦ କଲା

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇରାନ ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହା ନୌସେନା ଜାହାଜକୁ ଟାର୍ଗେଟ କରୁଥିଲା ଏବଂ ସମୁଦ୍ରରେ ପଡ଼ିଥିଲା।

ଆବୁଧାବି:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇରାନ ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ୟୁଏଇର ବୈଦେଶିକ ମନ୍ତ୍ରଣାଳୟର ଯୋଗାଯୋଗ ନିର୍ଦ୍ଦେଶକ ଆଫ୍ରା ଅଲ୍ ହାମେଲି କହିଛନ୍ତି ଯେ, ଅଞ୍ଚଳରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯାଇଛି ଏବଂ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ। ୟୁଏଇର ସାମୁଦ୍ରିକ ସୀମା ଭିତରେ ଏବଂ ବାହାରେ ଇରାନ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିବା ଅଭିଯୋଗ ଆସିବା ପରେ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଇରାନରୁ ଆସୁଥିବା ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିଥିଲା। ଏହା ନୌସେନା ଜାହାଜକୁ ଟାର୍ଗେଟ କରୁଥିଲା ଏବଂ ସମୁଦ୍ରରେ ପଡ଼ିଥିଲା।

ୟୁଏଇ ଉପରେ ଇରାନ ପକ୍ଷରୁ ସର୍ବାଧିକ ଆକ୍ରମଣ

ସୁରକ୍ଷା ଦୃଷ୍ଟିରୁ ୟୁଏଇ ପକ୍ଷରୁ ଏକ ଜରୁରୀକାଳୀନ ଫୋନ୍ ଆଲର୍ଟ ଜାରି କରାଯାଇଥିଲା ଯେଉଁଥିରେ ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ବିଷୟରେ ସତର୍କ କରାଯାଇଥିଲା ଏବଂ ସେମାନଙ୍କୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଥିଲା। ତେବେ ଏହି ଆଲର୍ଟ କିଛି ସମୟ ପରେ ପ୍ରତ୍ୟାହାର କରିନିଆଯାଇଥିଲା। ଅନ୍ୟପକ୍ଷରେ, ଇରାନ ଏହି ସମସ୍ତ ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ କହିଛନ୍ତି ଯେ ୟୁଏଇର ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏପରି ଅଭିଯୋଗ ଆଞ୍ଚଳିକ ସୁରକ୍ଷା ପ୍ରୟାସକୁ କ୍ଷତି ପହଞ୍ଚାଇବ।

ଫେବ୍ରୁଆରି ୨୮ ତାରିଖରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ୟୁଏଇ ଉପରେ ଇରାନ ପକ୍ଷରୁ ସର୍ବାଧିକ ଆକ୍ରମଣ କରାଯାଇଛି। ପ୍ରାୟ ୩ ହଜାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ଆବୁ ଧାବି ଜାତୀୟ ତୈଳ କମ୍ପାନିର ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ ହୋଇଛି। ଜୁନ୍ ମାସରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିନାମା ଭାଙ୍ଗିଯିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଥରେ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button