High Court: ହାଇକୋର୍ଟରେ ୪ ବିଚାରପତି ପାଇଁ ସୁପାରିସ
ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଚାରି ଜଣ ଆଇନଜୀବୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ବିଶିଷ୍ଟ ଆଇନଜୀବୀ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜ୍ଜିତ ରାୟ ଓ ଗୌତମ ମିଶ୍ରଙ୍କୁ ହାଇକୋର୍ଟର

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଚାରି ଜଣ ଆଇନଜୀବୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ବିଶିଷ୍ଟ ଆଇନଜୀବୀ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜ୍ଜିତ ରାୟ ଓ ଗୌତମ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ସୁପ୍ରିମକୋର୍ଟ କଲେଜିୟମଙ୍କ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।
ସୁପ୍ରିମକୋର୍ଟ କଲେଜିୟମରେ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜ୍ଜିତ ରାୟ ଓ ଗୌତମ ମିଶ୍ରଙ୍କ ନାମ
ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ବିଚାରପତିଙ୍କ ନିଯୁକ୍ତି ସଂପର୍କିତ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଦୀର୍ଘ ବର୍ଷର ଆଇନ ପେସାର ଅନୁଭବ ଚାରି ଆଇନଜୀବୀଙ୍କ ରହିଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୭ ଜଣ ବିଚାରପତି ରହିଛନ୍ତି। ଦୀର୍ଘ ଦିନ ହେବ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଦାବି ହୋଇ ଆସୁଛି।
ସୌଜନ୍ୟ ସମ୍ବାଦ




