ଦେଶ ବିଦେଶ
ବିନୋଦ ଉତ୍ତରପ୍ରଦେଶ, ସତୀଶ ପଞ୍ଜାବ ବିଜେପି ପ୍ରଭାରୀ

ନୂଆଦିଲ୍ଲୀ: ଦଳର ଜାତୀୟ ସଂଗଠନରେ ଅଦଳବଦଳ କରିବାର ଦିନକ ପରେ ବିଜେପି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ଓ ପଞ୍ଜାବ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ଜାରି କରିଥିବା ନିର୍ଦେଶନାମା ଅନୁଯାୟୀ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ବିନୋଦ ତାୱଡ଼େଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଜାତୀୟ ସମ୍ପାଦକ ଜଗଦୀଶ ଈଶ୍ବରଭାଇ ପଟେଲଙ୍କୁ ଉତ୍ତରପ୍ରଦେଶର ସହ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ଜାତୀୟ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସତୀଶ ପୁନିଆଙ୍କୁ ପଞ୍ଜାବ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।
ସୌଜନ୍ୟ ସମାଜ




