ଜିଲ୍ଲା
ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷୁକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଗଞ୍ଜାମ ଥାନାକୁ ଖବର ଦେଇଥିଲେ।
ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନଦୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳା ଜଣକଙ୍କ ପରିଚୟ ମିଳି ପାରି ନ ଥିବାବେଳେ ଆନୁମାନିକ ବୟସ ୩୦ ରୁ ୩୫ ହେବ ଏବଂ ମୃତ ମହିଳା ଆର୍ମି ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ମୃତ ମହିଳା ପିନ୍ଧିଥିବା ଡ୍ରେସ ଚିରି ଯାଇଥିବା ନେଇ ଆତ୍ମହତ୍ୟା ନା ହତ୍ୟା କରି ନଦୀକୁ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ସହରରେ ଆଲୋଚନା ହେଉଛି l ମୃତଦେହ ଉଦ୍ଧାର ପରେ ବ୍ୟବଛେଦ ନିମନ୍ତେ ମେଡିକାଲ ପଠାଇଛି ଗଞ୍ଜାମ ଥାନା ପୋଲିସ l
ସୌଜନ୍ୟ ଧରିତ୍ରୀ




