ଦେଶ ବିଦେଶ
30 years of legal battle ୨୦ ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ନ୍ୟାୟିକ ଲଢ଼େଇ: ୨ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ
ମାତ୍ର ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗକୁ ନେଇ ଦୀର୍ଘ ତିନି ଦଶନ୍ଧି ଧରି ଚାଲିଥିବା ଏକ ଆଇନଗତ ଲଢ଼େଇର ଅନ୍ତ ଘଟାଇ ସୁପ୍ରିମକୋର୍ଟ ବୁଧବାର ଦିନ ଗୁଜରାଟ ସରକାରଙ୍କ ଦୁଇଜଣ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି।

ନୂଆଦିଲ୍ଲୀ: ମାତ୍ର ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗକୁ ନେଇ ଦୀର୍ଘ ତିନି ଦଶନ୍ଧି ଧରି ଚାଲିଥିବା ଏକ ଆଇନଗତ ଲଢ଼େଇର ଅନ୍ତ ଘଟାଇ ସୁପ୍ରିମକୋର୍ଟ ବୁଧବାର ଦିନ ଗୁଜରାଟ ସରକାରଙ୍କ ଦୁଇଜଣ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି। ବିଚାରପତି ଉଜ୍ଜଳ ଭୂୟାଁ ଏବଂ ବିଚାରପତି ଅତୁଲ ଏସ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ କିରାଣି ଏବଂ ଜଣେ ପିଅନଙ୍କୁ ନିର୍ଦୋଷରେ ମୁକ୍ତ କରିଛନ୍ତି। ଅଦାଲତ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, କର୍ମଚାରୀମାନେ ଲାଞ୍ଚ ଦାବି କରିଥିବା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇନଥିବା ବେଳେ କେବଳ ପିଅନ ନିକଟରୁ ୨୦ ଟଙ୍କା ଜବତ ହେବା ଆଧାରରେ ସେମାନଙ୍କୁ ଦୋଷୀ କରାଯାଇ ପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ଏହି ମାମଲାଟି ୧୯୯୬ ମସିହା ଫେବୃଆରି ମାସର ଅଟେ। ଆନନ୍ଦ ଜିଲ୍ଲାର ବେଚାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଜଣେ ଛାତ୍ର ଶିକ୍ଷାଗତ ରିହାତି ପାଇଁ ଆୟ ପ୍ରମାଣପତ୍ର ଆଣିବାକୁ ଯାଇଥିଲେ। ସେହି ସମୟରେ କାର୍ଯ୍ୟାଳୟର କିରାଣି ପ୍ରମାଣପତ୍ର ପ୍ରଦାନ ପାଇଁ ସମୁଦାୟ ୧୨୦ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା, ଯେଉଁଥିରେ ନିଜ ପାଇଁ ୧୦୦ ଟଙ୍କା ଏବଂ ପିଅନ ପାଇଁ ୨୦ ଟଙ୍କା ସାମିଲ ଥିଲା। ଏହାପରେ ଉକ୍ତ ଛାତ୍ର ଜଣକ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ନିକଟରେ ଅଭିଯୋଗ କରିବା ସହ ଏସିବି ଦ୍ୱାରା ପ୍ରସ୍ତୁତ ପଦକ୍ଷେପ ଅନୁଯାୟୀ କେମିକାଲ ଚିହ୍ନିତ ୧୨୦ ଟଙ୍କା ଧରି କାର୍ଯ୍ୟାଳୟକୁ ଯାଇଥିଲେ।
ସୌଜନ୍ୟ ସମ୍ବାଦ




