ରାଜ୍ୟ

Robbers arrested ବଡ଼ରମା ଘାଟିରେ କଣ୍ଟେନର ଚାଳକଙ୍କୁ ଲୁଟ୍‌ ମାମଲା: ୨ ଗିରଫ

ଜମନକିରାର ବଡ଼ରମା ଘାଟିରେ କଣ୍ଟେନର ଚାଳକଙ୍କୁ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତ ଗିରଫ। ପୁଲିସ ନଗଦ ଟଙ୍କା, ମୋବାଇଲ୍‌ ଓ ଘଟଣାରେ ବ୍ୟବହୃତ ବାଇକ୍‌ ଜବତ କରିଛି।

ଜମନକିରା: ବୈଷ୍ଣୋଦେବୀ ମନ୍ଦିର ଓ ବଡ଼ରମା ଘାଟିକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ( ସୋମବାର) ଭୋର୍ ସାଢ଼େ ୪ଟ ରେ ଜଣେ କଣ୍ଟେନର ଚାଳକଙ୍କୁ ମାଡ଼ମାରି ଲୁଟ୍‌ ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଶାସନ ଥାନା ଅନ୍ତର୍ଗତ ରାଧାମାଧବପଡ଼ା-ମାଝିପାଲି ଗ୍ରାମର ବାବୁଲୁ ଓରାମ ଏବଂ ଦେବେଇପାଲି ଗ୍ରାମର ରାଜା ପଟେଲ। ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଧାନବାଦ ଜିଲ୍ଲାର ଲେଡ଼ାଟାଣ୍ଡ ଅଞ୍ଚଳର ମହମ୍ମଦ ସୁଫିଆନ ଆଲମ୍‌ ରାୟପୁରରୁ ଧାତୁ ବୋଝେଇ କଣ୍ଟେନର ନଂ (ଡବ୍ଲୁବି୧୧ଏଫ୍ ୫୧୯୬) ଗାଡ଼ି ନେଇ କଲକାତା ଅଭିମୁଖେ ଯାଉଥିଲେ। ବୈଷ୍ଣୋଦେବୀ ମନ୍ଦିର ଓ ବଡ଼ରମା ଘାଟି ମଧ୍ୟରେ ଦୁଇଜଣ ବ୍ୟକ୍ତି (ଓଡି୧୫ଜେଡ ୭୮୯୯) ନମ୍ବର ବିଶିଷ୍ଟ ଆପାଚି ବାଇକ୍ ରେ ଆସି ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ମାଡ଼ ମାରି ନଗଦ ୩,୫୦୦ ଟଙ୍କା ଓ ଏକ ଦାମୀ ମୋବାଇଲ୍‌ ଲୁଟି ନେଇଥିଲେ। ଏଥିସହ ଦୁର୍ବୃତ୍ତମାନେ କଣ୍ଟେନରର ସାମ୍ନା କାଚ ଭାଙ୍ଗିବା ସହ ଏଥିରେ ଲାଗିଥିବା ଜିପିଏସ୍ ମଧ୍ୟ ଫିଙ୍ଗି ଦେଇଥିଲେ। ଘଟଣା ପରେ ଉଭୟ ଅଭିଯୁକ୍ତ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ତଦନ୍ତରେ ବାବୁଲୁ ଓ ରାଜାଙ୍କୁ ମୁକ୍ତେଶ୍ଵର ମନ୍ଦିରରେ ବୋଲବମ୍ ଭିଡ଼ରେ ବୁଲୁ ଥିବା ଅବସ୍ଥାରେ ଚିହ୍ନଟ କରିଥିଲା।

ଜମନକିରା ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ଭିଭୋ ଭି୩୦ଇ ମୋବାଇଲ୍‌ ଓ ନଗଦ ୩,୫୦୦ ଟଙ୍କା ଜବତ କରିଛି। ଏଥିସହ ଗୋଟିଏ ଓପୋ ମୋବାଇଲ୍‌, ଗୋଟିଏ ଜିଓ କିପ୍ୟାଡ୍‌ ମୋବାଇଲ୍‌ ଏବଂ ଘଟଣାରେ ବ୍ୟବହୃତ ବାଇକ୍ (ନଂ ଓଡି୧୫ଜେଡ ୭୮୯୯) କୁ ମଧ୍ୟ ଜବତ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button