ରାଜ୍ୟ

Judgement: ଉପମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତା ପ୍ରସଂଗନେଇ ଦାୟର ମାମଲା ଖାରଜ

ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ଜନସ୍ବାର୍ଥ ମାମଲା ଦାୟରର ଆଧାର ଭ୍ରମାତ୍ମକ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଅଯଥା ଜନସ୍ବାର୍ଥ ମାମଲା ଦାୟର...

କଟକ: ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ଜନସ୍ବାର୍ଥ ମାମଲା ଦାୟରର ଆଧାର ଭ୍ରମାତ୍ମକ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଅଯଥା ଜନସ୍ବାର୍ଥ ମାମଲା ଦାୟର ନ କରିବାକୁ ହାଇକୋର୍ଟ ତାଗିଦ କରିଛନ୍ତି। ଆବେଦନକାରୀ ଜଣେ ଆଇନଜୀବୀ ହୋଇଥିବା ବେଳେ ଆଗକୁ ମୌଳକ, ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ହୋଇଥିବା ତଥା ବଞ୍ଚିତ ବ୍ୟକ୍ତିଙ୍କ ସେ ବାସ୍ତବ ଦାବି ଉଠାଇବେ ଓ ଏପରି ଅଯଥା ମୋକଦ୍ଦମାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଲିନା ଦାସଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button