ରାଜ୍ୟ

Accident: ଜଗୁଆଳିବିହୀନ ଫାଟକ ନିକଟରେ ଦୁର୍ଘଟଣା: ଦନ୍ତାକୁ ଘୋଷାରି ନେଲା ଟ୍ରେନ୍‌

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ବୃନ୍ଦାବାଡ଼ି ନିକଟରେ ଦନ୍ତାହାତୀକୁ ଘୋଷାରି ନେଲା ଟ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ଜଗୁଆଳିବିହୀନ ରେଳ ଫାଟକ ନିକଟରେ ଏହି ଘଟଣା ଘଟିଛି। ଦନ୍ତାର ବୟସ ୧୬ରୁ ୨୦ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ଅନୁମାନ କରୁଛି।

ବିଷମକଟକ: ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ୍‌ ବୃନ୍ଦାବାଡ଼ି ନିକଟରେ ଦନ୍ତାହାତୀକୁ ଘୋଷାରି ନେଲା ଟ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ଜଗୁଆଳିବିହୀନ ରେଳ ଫାଟକ ନିକଟରେ ଏହି ଘଟଣା ଘଟିଛି। ଦନ୍ତାର ବୟସ ୧୬ରୁ ୨୦ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ଅନୁମାନ କରୁଛି। ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ପ୍ରାୟ ବର୍ଷେ ହେବ ୪ ଜଣିଆ ହାତୀପଲ ବୃନ୍ଦାବାଡ଼ି ଗାଁ ଆଖପାଖରେ ଚଳପ୍ରଚଳ କରୁଥିଲେ। ଗାଁ ନିକଟରେ ରେଳ ଲାଇନ୍‌ ରହିଥିବାରୁ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ଲଗାତାର ନଜର ରଖିଥିଲା। କିନ୍ତୁ ଆଜି ସକାଳୁ ଟ୍ରେନ୍‌ ଧକ୍କାରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବନ ବିଭାଗକୁ ଖବର ମିଳିଥିଲା।

ମୁନିଗୁଡ଼ା ରେଞ୍ଜର ପ୍ରବୀଣ କୁମାର ଦାଶ, ବନପାଳ ଦୀନବନ୍ଧୁ ଶବର ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦାନ୍ତ ଦୁଇଟିକୁ କାଟି ବନ ବିଭାଗ ନିଜ ହେପାଜତକୁ ନେବା ପରେ ମୁନିଗୁଡ଼ା ଅତିରିକ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ସୌଦାମିନୀ ନାୟକ, ବିଷମକଟକ ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ରେବତୀ ରମଣ ମହାନ୍ତି ଓ ଚନ୍ଦ୍ରପୁରର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ଶଙ୍କର ହିଆଳ ପ୍ରମୁଖ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ମୃତଦେହକୁ ଗୋଟିଏ ଖୋଲା ପଡ଼ିଆରେ ପୋତି ଦେଇଥିବା ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button