ରାଜ୍ୟ

Police: ଅପରେସନ୍‌ ‘ଅନ୍ୱେଷଣ’ରେ ପୁଲିସକୁ ବଡ଼ ସଫଳତା: ୧୭ ରାଜ୍ୟରୁ ୧୦୧ ଶିଶୁ ଉଦ୍ଧାର, ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଉଦ୍ଧାର

ଓଡ଼ିଶାରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍‌ ଅନ୍ବେଷଣ’ରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ମଧ୍ୟରେ ୧୭ଟି ରାଜ୍ୟରୁ ୫୪ ଜଣ ବାଳକ ଓ ୪୭ ଜଣ ବାଳିକାଙ୍କ ସମେତ ମୋଟ ୧୦୧ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସୂଚନା ଦେଇଛି।

ଭୁବନେଶ୍ୱର: ଓଡ଼ିଶାରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍‌ ଅନ୍ବେଷଣ’ରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ମଧ୍ୟରେ ୧୭ଟି ରାଜ୍ୟରୁ ୫୪ ଜଣ ବାଳକ ଓ ୪୭ ଜଣ ବାଳିକାଙ୍କ ସମେତ ମୋଟ ୧୦୧ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସୂଚନା ଦେଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଏହି ଅଭିଯାନରୁ ସଫଳତା ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସିଏଡବ୍ଲ୍ୟୁର ଏଡିଜି ଏସ୍‌ ସାଇନି ସୂଚନା ଦେଇଛନ୍ତି। ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଡିଏସ୍‌ପି ପାହ୍ୟାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍‌ କମ୍‌ ପ୍ରୋବେସନ୍‌ ଅଫିସରଙ୍କୁ ନେଇ ୧୭ଟି ଟିମ୍‌ ଗଠନ କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button