ଜାତୀୟ

ଭାରତର GDP ଅଭିବୃଦ୍ଧି ଦେଖି IMF ଛାନିଆ, କହିଲା ଫଳାଫଳ….

ନୂଆଦିଲ୍ଲୀ,୧୧ା୯: ଭାରତୀୟ ଅର୍ଥନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ବାସ୍ତବ GDP ବୃଦ୍ଧି ୭.୮ ପ୍ରତିଶତ ରହିଛି । ଏହି ପ୍ରଦର୍ଶନ IMFର ଷ୍ଟାଫ୍ ଆକଳନ ଏବଂ ଅନେକ ଅର୍ଥନୈତିକ ବିଶେଷଜ୍ଞଙ୍କ ଆଶାଠାରୁ ଭଲ ବୋଲି କୁହାଯାଇଛି। IMFର ଯୋଗାଯୋଗ ବିଭାଗର ନିର୍ଦ୍ଦେଶିକା ଜୁଲି କୋଜାକ୍ ଭାରତର ଅର୍ଥନୈତିକ ଗତିକୁ ନେଇ ସକାରାତ୍ମକ ମତ ଦେଇଛନ୍ତି। ତାଙ୍କ ଅନୁସାରେ, ଭାରତର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି।

ଭାରତର GDP ବୃଦ୍ଧି ପଛରେ ସର୍ଭିସ୍ ସେକ୍ଟର ଏବଂ ରପ୍ତାନିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ଦୁଇ କ୍ଷେତ୍ରରେ ଆଶାଠାରୁ ଅଧିକ କାର୍ଯ୍ୟକଳାପ ଦେଖିବାକୁ ମିଳିବାରୁ ସମଗ୍ର ଅର୍ଥନୈତିକ ବୃଦ୍ଧିକୁ ମଜବୁତ ଆଧାର ମିଳିଛି। IMFର ମତରେ, ଏହି ପ୍ରଦର୍ଶନ ଭାରତୀୟ ଅର୍ଥନୀତିର ଦୃଢ଼ତାକୁ ଦର୍ଶାଉ ଛି। ବାହ୍ୟ ଚାପ ରହିଥିଲେ ମଧ୍ୟ ଦେଶର ଆର୍ଥିକ କାର୍ଯ୍ୟକଳାପରେ ଗତି ଜାରି ରହିଛି। ବିଶ୍ୱସ୍ତରରେ ଏନର୍ଜି ଦର ବୃଦ୍ଧି ଅର୍ଥନୀତି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ବିଶେଷକରି କ୍ରୁଡ ଅଏଲ ଆମଦାନୀ ଉପରେ ନିର୍ଭରଶୀଳ ଦେଶଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ୁଛି । ଭାରତ ମଧ୍ୟ ଉଚ୍ଚ ଏନର୍ଜି ଦରର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ।

ତଥାପି ଏଭଳି ବାହ୍ୟ ଚାପ ମଧ୍ୟରେ ୭.୮ ପ୍ରତିଶତ GDP ବୃଦ୍ଧି ଭାରତୀୟ ଅର୍ଥନୀତିର ମଜବୁତ ସ୍ଥିତିକୁ ଦର୍ଶାଉଥିବା ବୋଲି IMF ପକ୍ଷରୁ କୁହାଯାଇଛି। IMF ପୂର୍ବରୁ ମଧ୍ୟ ଭାରତକୁ ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ growth engine ଭାବେ ଦେଖାଇଛି। ଭାରତର ଅର୍ଥନୈତିକ ବୃଦ୍ଧିର ପ୍ରଭାବ କେବଳ ଦେଶ ଭିତରେ ସୀମିତ ନୁହେଁ। ବଡ଼ ଅର୍ଥନୀତିଗୁଡ଼ିକ ମଧ୍ୟରେ ଭାରତ ଏକ ଦ୍ରୁତ ବଢ଼ୁଥିବା ଅର୍ଥନୀତି ଭାବେ ନିଜ ସ୍ଥାନ ମଜବୁତ କରିଛି। ସର୍ଭିସ୍ ସେକ୍ଟର, ରପ୍ତାନି ଏବଂ ଘରୋଇ ଆର୍ଥିକ କାର୍ଯ୍ୟକଳାପରେ ମଜବୁତି ଭାରତର ବିକାଶକୁ ଆଗକୁ ନେବାରେ ସହାୟକ ହେଉଛି । ଏଭଳି ସ୍ଥିତିରେ ଭାରତର GDP ବୃଦ୍ଧି ଏବଂ ଆଗାମୀ ଆର୍ଥିକ ଗତି ଉପରେ ବିଶ୍ୱର ପ୍ରମୁଖ ଆର୍ଥିକ ସଂସ୍ଥା ଓ ନିବେଶକଙ୍କ ନଜର ରହିବ ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button