ରାଜ୍ୟ

Massive March: ମିଳିତ ଆଦିବାସୀ ମଞ୍ଚର ବିଶାଳ ପଦଯାତ୍ରା, ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ମଞ୍ଚ

ମୟୂରଭଞ୍ଜ ଜାମଦାର ହରିଲାବେଡ଼ାରେ ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତି ନିକଟ ପତାକା ବିବାଦକୁ ନେଇ ହଜାର ହଜାର ଆଦିବାସୀଙ୍କ ପଦଯାତ୍ରା। ନିରପେକ୍ଷ ତଦନ୍ତ ଓ ଆଇନଗତ ପଦକ୍ଷେପ ଦାବି।

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜଜିଲ୍ଲା ଜାମଦା ବ୍ଲକ୍‌ର ହରିଲାବେଡ଼ା ଛକରେ ଥିବା ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତିଙ୍କ ଛକରେ ଦେଖାଦେଇଥିବା ପତାକା ବିବାଦ ଆଜି ତୀବ୍ର ରୂପ ନେଇଛି। ଘଟଣାକୁ ନେଇ ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜାମଦାରେ ବିଶାଳ ପଦଯାତ୍ରା କରାଯାଇଛି। ହଜାର ହଜାର ଆଦିବାସୀ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ପରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମାଝୀ, ପାରଗାନା, ମାଣକୀ, ମୁଣ୍ଡା ଏବଂ ଜାମଦା ବ୍ଲକ୍‌ର ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜାମଦା ହାଟ ପଡ଼ିଆରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଆଦିବାସୀ ଭାଇଭଉଣୀ ପଦଯାତ୍ରାରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button