ରାଜ୍ୟ

Drowning Case : ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମୃତ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବାରିପଦା,୧୨ \୯ : ଭାଇକୁ ବଞ୍ଚାଇବାକୁ ଯାଇ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ମହ୍ଲାରପଦା ଗାଁରେ । ସୂଚନା ଅନୁସାରେ, ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ବିଧିର ବିଧାନ ଥିଲା ଏମିତି  ଉଭୟ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଂଚି ଦୁଇଟି ଯାକ ମୃତଦେହ ଉଦ୍ଧାର କରିଥିଲେ। ମୃତକ ହେଲେ ମହ୍ଲାରପଦାର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ । ପରମେଶ୍ୱର ଘର ପାଖ ନାଲୁହା ନଦୀ କେନାଲରେ ଭାସି ଯାଉଥିଲେ । ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ କେନାଲ ଭିତରକୁ ଡେଇଁ ପଡ଼ିଥିଲେ । ହେଲେ ଉଭୟ ପାଣି ସୁଅରେ ଭାସି ଯାଇଥିଲେ । ଅଗ୍ନିଶମ ବାହିନୀ ମହ୍ଲାର ପଦା ଗାଁ କେନାଲରୁ ଭାଇ ଏବଂ କରକଚିଆ ନାଲୁହା ନଦୀରୁ ଭଉଣୀର ମୃତଦେହ ଉଦ୍ଧାର କରିଛି । ଖବର ପାଇ ଖୁଣ୍ଟା ପଲିସ ପହଞ୍ଚି ମୃତଦେହ ଜବତ କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button