ରାଜ୍ୟ

CJP in Odisha ଓଡ଼ିଶା‌ରେ ଅସରପା ଦଳ: ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ

କକ୍ରୋଚ୍ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଓ ସେକ୍ରେଟାରି ବାଲକ୍ରିଷ୍ଣ ‘ସ୍କୁଲ୍ ଠିକ୍ କରୋ’ ଅଭିଯାନରେ ଖୋର୍ଦ୍ଧାର ୩ଟି ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପରେ ଲୋୟର ପିଏମ୍‌ଜିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ଅନଶନ ସତ୍ୟାଗ୍ରହକୁ ସମର୍ଥନ ଜଣାଇବା ସହ ଶିକ୍ଷା ସମ୍ପର୍କିତ ୬ ଦଫା ଦାବି ନେଇ ବିଧାନସଭା ଘେରାଉ ପାଇଁ ଡାକରା ଦେଇଛନ୍ତି।

ନବନିର୍ମାଣ ଯୁବଛାତ୍ର ସଂଗଠନର ଅନଶନ ସତ୍ୟାଗ୍ରହକୁ ସମର୍ଥନ ଜଣାଇଲେ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି କକ୍ରୋଚ ଜନତା ପାର୍ଟି (ସିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ କକ୍ରୋଚ ପାର୍ଟିର ସେକ୍ରେଟାରି ବାଲକ୍ରିଷ୍ଣ। ଆଜି (ସୋମବାର) ପୂର୍ବାହ୍ଣରେ ସେମାନେ ଭୁବନେଶ୍ବର ବିମା‌ନବନ୍ଦରରେ ପହଞ୍ଚିଥିଲେ।  ‌‘ସ୍କୁଲ୍ ଠିକ୍ କରୋ’ ଅଭିଯାନରେ ଖୋର୍ଦ୍ଧାର ୩ଟି ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଅପରାହ୍ନ ୪ଟାରେ ନବନିର୍ମାଣ ଯୁବ-ଛାତ୍ର ସଂଗଠନର ନେତାମାନେ ଏକ ଶୋଭାଯାତ୍ରାରେ ସେମାନଙ୍କୁ ଲୋୟର ପିଏମ୍‌ଜି ସତ୍ୟାଗ୍ରହ ସ୍ଥଳକୁ ଆଣିଥିଲେ। ଲୋୟର ପିଏମ୍‌ଜିସ୍ଥିତ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହସ୍ଥଳକୁ ଆସି ୧୬ ଦିନ ଧରି ଅନଶନରେ ବସିଥିବା ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କୁ ସମର୍ଥନ ଜଣାଇବା ସହିତ ଆସନ୍ତାକାଲି ବିଧାନସଭା‌ ଘେରାଉ ଡାକରା ଦେଇଥିଲେ।

ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିଚାଲିଛି। ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ନୂଆ ପାଠ୍ୟ ପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ଏହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା ବିଭାଗର ସରକାରୀ ଅଧିକାରୀମାନଙ୍କୁ ଦେବାକୁ ପଡ଼ିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button