ମନୋରଞ୍ଜନ
Bebo: ବଦଳିବେ ନାହିଁ ବେବୋ
ନିକଟରେ ୪୬ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ। ତାଙ୍କର ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ପ୍ରଶଂସକ, ପରିବାର ଓ ବଲିଉଡ୍ ଶିଳ୍ପର ସହକର୍ମୀଙ୍କଠାରୁ ଅନେକ ଶୁଭେଚ୍ଛା ମିଳିଛି।

ନିକଟରେ ୪୬ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ। ତାଙ୍କର ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ପ୍ରଶଂସକ, ପରିବାର ଓ ବଲିଉଡ୍ ଶିଳ୍ପର ସହକର୍ମୀଙ୍କଠାରୁ ଅନେକ ଶୁଭେଚ୍ଛା ମିଳିଛି। ସୋସିଆଲ୍ ମିଡିଆ ଜରିଆରେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ବେବୋ। ସେ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଜନ୍ମଦିନ କେକ୍ର ଏକ ଫଟୋ ସେୟାର୍ କରିବା ସହ ମିଳିଥିବା ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ସେ ଆଗକୁ ମଧ୍ୟ ‘ନିଜ ଭଳି ରହିବେ’, ଅର୍ଥାତ୍ କେବେ ବଦଳିବେ ନାହିଁ ବୋଲି ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ପ୍ରଶଂସକମାନଙ୍କର ଭଲପାଇବା ଓ ସକାରାତ୍ମକତାକୁ ସାଥୀରେ ନେଇ ଆଗାମୀ ଦିନରେ ଉଚିତ ପଦକ୍ଷେପ ନେବେ ବୋଲି ଉଲ୍ଲେଖ କରିଛନ୍ତି।
ସୌଜନ୍ୟ ସମ୍ବାଦ



