Squash: ସ୍କ୍ବାସ୍ରୁ ୩ ପଦକ ପକ୍କା
ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ବାସ୍ ଖେଳାଳି ୩ ପଦକ ପକ୍କା କରିଛନ୍ତି। ଜ୍ୟୋତ୍ସ୍ନା ଚିନାପ୍ପା-ଭେଲାଭାନ ସେନ୍ଥିଲକୁମାର ମିଶ୍ରିତ ଯୁଗଳ, ଅନାହାତ ସିଂହ ଓ ଅଭୟ ସିଂହ ଏକକ ସେମିଫାଇନାଲ୍ରେ ପହଞ୍ଚି ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ବାସ୍ ଖେଳାଳି ୩ ପଦକ ପକ୍କା କରିଛନ୍ତି। ଜ୍ୟୋତ୍ସ୍ନା ଚିନାପ୍ପା-ଭେଲାଭାନ ସେନ୍ଥିଲକୁମାର ମିଶ୍ରିତ ଯୁଗଳ, ଅନାହାତ ସିଂହ ଓ ଅଭୟ ସିଂହ ଏକକ ସେମିଫାଇନାଲ୍ରେ ପହଞ୍ଚି ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍ରେ ରେକର୍ଡ ସପ୍ତମ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଜ୍ୟୋତ୍ସ୍ନା ଓ ତାଙ୍କ ସାଥୀ ଭେଲାଭାନ ୧୧-୩, ୧୧-୫ରେ ଫିଲିପାଇନ୍ସର ଡେଭିଡ୍ ପେଲିନୋ ଓ ଜେମିକା ଆରିବାଡ଼ୋଙ୍କୁ ହରାଇଥିଲେ। ଶନିବାର ଏହି ଭାରତୀୟ ଯୋଡ଼ି ସେମିଫାଇନାଲ୍ରେ ହଂକଂର ୟୋ କା ଲି ଓ ମିଙ୍ଗ ହଙ୍ଗ ଟାଙ୍ଗଙ୍କୁ ଭେଟିବେ। ୪୦ ବର୍ଷୀୟା ଜ୍ୟୋତ୍ସ୍ନା ଏସୀୟ କ୍ରୀଡ଼ାରେ ୨ ରୌପ୍ୟ ଓ ୩ କାଂସ୍ୟ ପଦକ ଜିତି ସାରିଛନ୍ତି। ଏବେ ସେ ୨୮ ବର୍ଷୀୟ ଭେଲାଭାନଙ୍କ ସହ ସ୍ବର୍ଣ୍ଣ ଲକ୍ଷ୍ୟରେ ରହିଛନ୍ତି। ୨୦୨୨ ବୁସାନ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଜ୍ୟୋତ୍ସ୍ନା ୨୦୧୮ରେ ଏକକ ବର୍ଗରେ କାଂସ୍ୟ ଜିତିଥିଲେ। ୨୦୧୪ ଓ ୨୦୧୮ରେ ରୌପ୍ୟ ଏବଂ ୨୦୧୦ ଓ ୨୦୨୨ କାଂସ୍ୟ ବିଜେତା ଭାରତୀୟ ଦଳରେ ସେ ସଦସ୍ୟ ରହିଥିଲେ।
ସୌଜନ୍ୟ ସମ୍ବାଦ




