ରାଜ୍ୟ
Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗ୍ରାମର ୪୭ ବର୍ଷୀୟ ଡ୍ରିମ୍ବା ମାଝୀ। ସକାଳେ ନିଜ କପା ଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ଆସିଥିବା ହାତୀ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।

ଲାଞ୍ଜିଗଡ଼: କଳାହାଣ୍ଡିଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୪୭) ବୋଲି ଜଣାପଡିଛି।
କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ
ସୂଚନା ଅନୁସାରେ,ଆଜି ସକାଳ ସାଢେ ୬ ରୁ ସାଢେ ୭ ଘଣ୍ଟା ସମୟରେ ଡ୍ରିମ୍ବା ନିଜ ଗାଁ ଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଗାଁ ଯିବା ରାସ୍ତାରେ ଥିବା ନିଜ କପା ଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଡ୍ରିମ୍ବାଙ୍କୁ ଉଠାଇ କଚାଡି କଚାଡି ମାରିଥିବା ଘଟଣା ସ୍ଥଳକୁ ଦେଖିଲେ ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବନ ବିଭାଗ କି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ସୌଜନ୍ୟ ସମ୍ବାଦ




