ରାଜ୍ୟ

Bear trapped : ମାଡ଼ି ଆସିଲା ବନ୍ୟା ପାଣି, ଗଛ ଉପରେ ରାତି ସାରା ଫସି ରହିଲା ଭାଲୁ

ନୀଳଗିରି, ୨୬/୯ : ମାଡ଼ି ଆସିଲା ବନ୍ୟା ପାଣି । ଗଛ ଉପରେ ରାତି ସାରା ଫସି ରହିଲା ଭାଲୁ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତର ସାନକାଳିଆପଦା ଗାଁରେ ଏଭଳି ଘଟଣା ଘଟିଛି । ଶୁକ୍ରବାର ରାତିରେ ଏକ ଭାଲୁ ବନ୍ୟାପାଣି ମାଡ଼ିଯିବାରୁ ଏକ ଆକାଶିଆ ଗଛ ଉପରେ ଚଢିଯାଇଥିଲା । ପାଣି ନଛାଡ଼ିବାରୁ ଭାଲୁଟି ରାତିସାରା ଗଛ ଉପରେ ରହିଥିଲା । ଗାଁ ଲୋକେ ଭାଲୁକୁ ଗଛ ଉପରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ରାତିସାରା ଭାଲୁକୁ ଜଗି ରହିଥିଲା । ପରେ ଭାଲୁଟି ଗଛରୁ ଓହ୍ଲାଇ ପାଣିରେ ପହଁରି ପାଖ ଜଙ୍ଗଲକୁ ଚାଲିଯାଇଥିଲା । ରାତିରେ ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button