ରାଜ୍ୟ

Ganesh Idol Immersion: ଆଜି ଜଟଣୀରେ ଗଣେଶ ଭସାଣି ଉତ୍ସବ, ସୀତାରାମ ଛକରେ ଏକାଠି ହେବେ ସବୁ ମେଢ଼, ଡିଜେମୁକ୍ତ ହେବ ବିସର୍ଜନ

ଜଟଣୀ, ୨୬/୦୯: ଆଜି ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ । ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ଦିନ ଧରି ଉତ୍ସବମୁଖର ହୋଇଥିଲା ଜଟଣୀ ସହର । ଶେଷରେ ବିଦାୟ ନେବେ ଗଣନାଥ । ଏଥିପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ମେଢ଼ ସ୍ଥାନୀୟ ସୀତାରାମ ଛକରେ ପହଞ୍ଚିବା ପରେ ଆଗପଛ ହୋଇ ଧାଡ଼ିରେ ମୁଖ୍ୟ ରାସ୍ତା ଦେଇ ବିସର୍ଜନ ସ୍ଥଳକୁ ଶୋଭାଯାତ୍ରାରେ ଯିବେ । ୪୦ ମଣ୍ଡପ ପକ୍ଷରୁ ବାଜା, ରୋସଣି, ନୃତ୍ୟ ଗୀତରେ ଦୁଲୁକି ଉଠିବ ସହର । ଡିଜେମୁକ୍ତ ଓ ପ୍ରଦଷଣ ମୁକ୍ତ ଶୋଭାଯାତ୍ରାକୁ ସବୁ କମିଟି ଗୁରୁତ୍ୱ ଦେଇଛନ୍ତି । ବିସର୍ଜନ ପାଇଁ ଷଣ୍ଢପୁର ମୌଜାରେ ପୌର ପରିଷଦ ପକ୍ଷରୁ ୪ଟି ଅସ୍ଥାୟୀ ଜଳାଶୟ ସହିତ ସ୍ୱତନ୍ତ୍ର ରାସ୍ତା, ପ୍ରବେଶ ପ୍ରସ୍ଥାନ ଓ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button