Beggar robot : ରିଚାର୍ଜ କରିବାକୁ ଟଙ୍କା ନାହିଁ, ଦୟାକରି ସାହାଯ୍ୟ କର… ରାସ୍ତା କଡ଼ରେ ବସି ଭିକ ମାଗୁଛି ରୋବଟ୍

ଭୁବନେଶ୍ଵର, ୨୬/୯ : ଭିକାରୀ ହୋଇଗଲା କି ଏଆଇ ? ରାସ୍ତା କଡ଼ରେ ବସି ଭିକ ମାଗୁଛି ରୋବଟ । ଟଙ୍କା ପାଇଁ ଲୋକଙ୍କୁ ହାତଯୋଡ଼ି ନେହୁରା ହେଉଛି । ନଗଦ ନଥିଲେ ସ୍କାନର ବଢେଇ ଦେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଲୋକମାନେ ବି ତାକୁ ଦୟା ଦେଖାଇ ଭିକ ଦେଉଛନ୍ତି । ଆଉ ଟଙ୍କା ପାଇଲା ପରେ ରୋବଟ ଖୁସିରେ ମୁଣ୍ଡିଆ ବି ମାରୁଛି ।ତେବେ ରୋବଟ କାହିଁକି ଏଭଳି ଭିକ ମାଗୁଛି ? କେଉଁ ଆବଶ୍ୟକତା ପୂରଣ କରିବାକୁ ତାକୁ ହାତ ପତେଇବାକୁ ପଡ଼ୁଛି ? କଣ ବଡ଼ ବଡ଼ କମ୍ପାନୀରେ ଚାକିରି ଖାଇବା ପରେବି ଏଆଇର ମନ ବୁଝୁନି ? ଏବେ ଭିକାରୀଙ୍କ କାମ ଛଡେଇବା ଚକ୍କରରେ ଅଛି କି ହ୍ୟୁମାନଏଡ୍ ରୋବଟ୍…
ଚୀନର ସଡ଼କରେ ଏକ ରୋବଟ୍ ଭିକ ମାଗୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋବଟଟି ଆଣ୍ଠେଇ ହାତଯୋଡ଼ି ଲୋକଙ୍କୁ ଟଙ୍କା ମାଗୁଛି । ରୋବଟ ଆଗରେ ଏକ ପାତ୍ର ଏବଂ କ୍ୟୁଆର କୋଡ୍ ଥିବା ସ୍କାନର ରଖାଯାଇଛି । ସବୁଠୁ ରୋଚକ କଥା ହେଲା, ରୋବଟଟି ଭିକ ମାଗିବା ବେଳେ କହୁଛି ଯେ, ରିଚାର୍ଜ କରିବାକୁ ମୋ ପାଖରେ ଟଙ୍କା ନାହିଁ… ଦୟାକରି ବିଜୁଳି ବିଲ୍ ଭରିବାକୁ ମୋତେ ସାହାଯ୍ୟ କରନ୍ତୁ । ଏହା ଶୁଣି କିଛି ଲୋକ ତାକୁ ଦୟା ଦେଖାଇ ଭିକ ବି ଦେଉଛନ୍ତି ।
ସୌଜନ୍ୟ ପ୍ରମେୟ




