ଜାତୀୟ
Bank working days: ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ସରକାରଙ୍କ ଅଗ୍ରାହ୍ୟ, ହୋଇପାରିନି ସହମତି

ନୂଆଦିଲ୍ଲୀ,୨୬\୯ : ୫ ଦିନିଆ କାର୍ଯ୍ୟ ଦିବସ ସହ ଅନ୍ୟ ପ୍ରମୁଖ ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ସୋମବାରଠାରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି । ତେବେ କର୍ମଚାରୀଙ୍କ ଏହି ଦାବି ଉପରେ କୌଣସି ସହମତି ହୋଇନାହିଁ । ବ୍ୟାଙ୍କରେ ୫ ଦିନ କାମ ନେଇ ସରକାର କୌଣସି ପ୍ରତିଶ୍ରୁତି ଦେଇ ନ ଥିବା ଧର୍ମଘଟ ପୂର୍ବରୁ ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରଣାଳୟ ।
ବେତନ ସଂଶୋଧନ ଆଲୋଚନା ସମୟରେ ଏଭଳି ଦାବି କେବଳ କର୍ମଚାରୀ ସଂଘ ଗୁଡ଼ିକ ପକ୍ଷରୁ ଏକ ତରଫା ଭାବେ ଉଠାଯାଇଥିଲା ଏବଂ ୨ ପକ୍ଷ ମଧ୍ୟରେ ଏହାକୁ ନେଇ ସହମତି ହୋଇ ନ ଥିବା ମନ୍ତ୍ରଣାଳୟ କହିଛି । ତେବେ ୯୦% ବ୍ୟାଙ୍କ କର୍ମଚାରୀଙ୍କ ସଂଘ ୟୁଏଫବିୟୁ କହିଛି ଯେ, ୫ ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ ନେଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସହମତ ହୋଇଥିଲା । ୧୨ତମ ଦ୍ୱିପାକ୍ଷିକ ସେଟଲମେଣ୍ଟ ଏବଂ ୯ମ ମିଳିତ ନୋଟ୍ ୨୦୨୪ ମାର୍ଚ୍ଚ ୮ରେ ସ୍ୱାକ୍ଷରିତ ହୋଇଥିଲା ।
ସୌଜନ୍ୟ ପ୍ରମେୟ




