ମନୋରଞ୍ଜନ

Saif Ali Khan Regret : ସୈଫଙ୍କ ପୁରୁଣା ନିଷ୍ପତ୍ତିକୁ ନେଇ ଅନୁତାପ, କହିଲେ-‘କକଟେଲ୍’ରେ ଅଭିନୟ କରିବା ଭୁଲ୍ ଥିଲା

ନୂଆଦିଲ୍ଲୀ, ୨୬/୦୯: ବଲିଉଡ୍‌ରେ ଦୀର୍ଘ ଅଭିନୟ ଯାତ୍ରାରେ ଅନେକ ସଫଳ ସିନେମା ଦେଇଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ। ତେବେ ପଛକୁ ଫେରି ନିଜ କ୍ୟାରିୟରକୁ ଦେଖିଲେ କିଛି ନିଷ୍ପତ୍ତିକୁ ନେଇ ସେ ଅନୁତାପ କରନ୍ତି। ଏହି ତାଲିକାରେ ରହିଛି ୨୦୧୨ରେ ମୁକ୍ତିଲାଭ କରିଥିବା ହୋମି ଅଦଜାନିଆଙ୍କ ଫିଲ୍ମ ‘କକଟେଲ୍’।

ଏକ ସାକ୍ଷାତକାରରେ ସୈଫ କହିଛନ୍ତି ଯେ, ‘କକଟେଲ୍’ରେ ଅଭିନୟ କରିବା ପଛରେ ତାଙ୍କର ଏକ ବିଶେଷ କାରଣ ଥିଲା। ଫିଲ୍ମର ପ୍ରଯୋଜନା ସହିତ ସେ ଜଡ଼ିତ ଥିବାରୁ ତାଙ୍କୁ ଏଥିରେ ଅଭିନୟ କରିବାକୁ ହୋଇଥିଲା। ତେବେ ଏବେ ପଛକୁ ଚାହିଁଲେ ସେହି ନିଷ୍ପତ୍ତି ଠିକ୍ ନଥିଲା ବୋଲି ତାଙ୍କର ମନେ ହେଉଛି।

ସୈଫଙ୍କ ମତରେ, ‘କକଟେଲ୍’ ଦେଖିବାକୁ ଏକ ହାଲକା ମିଜାଜର ମନୋରଞ୍ଜନଧର୍ମୀ ଫିଲ୍ମ ହୋଇପାରେ। ମାତ୍ର ଏହାର କାହାଣୀକୁ ସେ ପ୍ରଗତିଶୀଳ ବୋଲି ମନେ କରନ୍ତି ନାହିଁ। ତାଙ୍କ ଚରିତ୍ର ତୁଳନାରେ ଦୀପିକା ପାଦୁକୋନଙ୍କ ‘ଭେରୋନିକା’ ଚରିତ୍ର ଦର୍ଶକଙ୍କ ଅଧିକ ଆକର୍ଷଣର କେନ୍ଦ୍ର ଥିଲା ବୋଲି ସେ କହିଛନ୍ତି। ଏହି ଫିଲ୍ମରେ ସୈଫଙ୍କ ସହ ଦୀପିକା ପାଦୁକୋନ ଏବଂ ଡାଏନା ପେଣ୍ଟି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର କାହାଣୀ ତିନି ଜଣଙ୍କ ସମ୍ପର୍କକୁ କେନ୍ଦ୍ର କରି ଗତିଶୀଳ ହୋଇଥିଲା।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button