ରାଜ୍ୟ

Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ନନ୍ଦନକାନନରେ ଚିକିତ୍ସାଧୀନ ୫ ଓରାଂଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଚିକିତ୍ସା ଓ ଯତ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଭୁବନେଶ୍ବର: ବାଲେଶ୍ବରର ଜଙ୍ଗଲରୁ ଉଦ୍ଧାର ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥାରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସେମାନଙ୍କ ଯତ୍ନ ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିବା ସହ ନିରନ୍ତର ନଜର ରଖିବା, ସର୍ବୋତ୍ତମ ପଶୁଚିକିତ୍ସା ସେବା ଯୋଗାଇଦେବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି, ପ୍ରଶିକ୍ଷିତ ଟିମ୍ ଦ୍ୱାରା ସମସ୍ତ ୫ଟି ଶିଶୁ ଓରାଂଉଟାନ୍‌ଙ୍କୁ ନିୟମିତ ଭାବେ ନଜର ରଖାଯାଉଛି। ସେମାନଙ୍କ ଆଚରଣକୁ ସକ୍ରିୟ କରିବା ପାଇଁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଉପକରଣ/ପରିବେଶ (enrichments) ବେଶ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଛି, ଏବଂ M3 (୩ପୁରୁଷ ଶାବକ) ଓ F2 (୨ ସ୍ତ୍ରୀ ଶାବକ) ସମେତ ସମସ୍ତଙ୍କ ସକ୍ରିୟତା ସ୍ତରରେ ସୁଧାର ଆସୁଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button