Kalinga Ghat Landslide: କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣା: ୫ ଦିନ ଧରି ଯାତାୟାତ ବନ୍ଦ, ସ୍ଥିତି ପରଖିଲେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ
କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ୫ ଦିନ ଧରି ଯାତାୟାତ ବନ୍ଦ। ପୂର୍ତ୍ତ ସଚିବ ସଞ୍ଜୟ କୁମାର ସିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଘୁ.ଉଦୟଗିରି: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଞ୍ଚି-ବିଜୟୱାଡା ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟିରେ ଚଳିତ ମାସ ୨୪ ତାରିଖ ଦିନ ଗାର୍ଡ ୱାଲ ଧସିଯାଇଥିଲା। ଏହାପରେ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ହୋଇଥିଲା। ବର୍ତ୍ତମାନ ମଧ୍ୟ ରାସ୍ତା ମରାମତି ହୋଇନଥିବା ବେଳେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ଆଜି ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
୨୪ ତାରିଖ ଠାରୁ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳ ଏବଂ ଜାତୀୟ ରାଜପଥ ଅଧିକାରୀମାନେ ଘନ ଘନ ଘାଟି ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଆଜି(ରବିବାର) ପୂର୍ତ୍ତ ବିଭାଗର ପ୍ରିନସିପାଲ ସେକ୍ରେଟାରୀ ସଞ୍ଜୟ କୁମାର ସିଂଙ୍କ ସହ ଅନ୍ୟ ଅଧିକାରୀ ମାନେ ଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହିଅବସରରେ ସେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଗଞ୍ଜାମ ଜିଲ୍ଲାର ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସୌଜନ୍ୟ ସମ୍ବାଦ




