ଖେଳ

women’s hockey: ସିଙ୍ଗାପୁରକୁ ହରାଇ ଭାରତ ଗ୍ରୁପ୍‌ ଟପର: ମହିଳା ହକି ସେମିରେ ଭାରତ-କୋରିଆ

ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ ଜାରି ରହିଛି। ରବିବାର ପୁଲ୍‌ ବି’ର ଶେଷ ମ୍ୟାଚ୍‌ରେ ଭାରତ ୭-୦ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌ ଖେଳିବା ପୂର୍ବରୁ ପୁଲ୍‌ ବି’ର ଶୀର୍ଷସ୍ଥାନ

କାକାମିଗାହାରା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ ଜାରି ରହିଛି। ରବିବାର ପୁଲ୍‌ ବି’ର ଶେଷ ମ୍ୟାଚ୍‌ରେ ଭାରତ ୭-୦ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌ ଖେଳିବା ପୂର୍ବରୁ ପୁଲ୍‌ ବି’ର ଶୀର୍ଷସ୍ଥାନ ଦଖଲ କରି ଆତ୍ମବିଶ୍ବାସ ଅର୍ଜନ କରିଛି। ସେମିରେ ଭାରତ ବୁଧବାର କୋରିଆକୁ ଭେଟିବ।

ରବିବାର ଭାରତ ପକ୍ଷରୁ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଦୁଇଟି ଗୋଲ୍‌ ଦେଇଥିବା ବେଳେ ଅଧିନାୟିକା ସଲିମା ଟେଟେ, ଲାଲରେମସିଆମି, ରୁତୁଜା ଦାଦାସୋ ପିସାଲ, ନିକି ପ୍ରଧାନ ଓ ଦୀପିକା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ସିଙ୍ଗାପୁରର ଦୃଢ଼ ରକ୍ଷଣଭାଗ ଓ ଗୋଲ୍‌କିପର ଫେଲିସା ଲାଇ ଭାରତକୁ ଗୋଲ୍‌ କରିବାକୁ ଦେଇ ନ ଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୭ତମ ମିନିଟ୍‌ରେ ସଲିମା ଟେଟେ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ଏହାପରେ ୨୨ ଓ ୨୪ତମ ମିନିଟ୍‌ରେ ସୁନେଲିତା ଦୁଇଟି ଗୋଲ୍‌ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button