ଦେଶ ବିଦେଶ

Airstrike: ମିଆଁମାର ପୁଣି ଅଶାନ୍ତ: ରାଖାଇନର ବଜାର ନିକଟରେ ସେନା ପକ୍ଷରୁ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ୪୯ ମୃତ, ୫୮ ଆହତ

ମିଆଁମାର ସେନା ପଶ୍ଚିମ ରାଖାଇନ୍ ରାଜ୍ୟରେ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳର ଏକ ବଜାର ନିକଟରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି।

ନାପିଦ୍ବ: ମିଆଁମାର ସେନା ପଶ୍ଚିମ ରାଖାଇନ୍ ରାଜ୍ୟରେ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳର ଏକ ବଜାର ନିକଟରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି। ଆକ୍ରମଣରେ ୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ଜଣ ଆହତ ହୋଇଛନ୍ତି। ଆକ୍ରମଣ ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେରୁ ପ୍ରାୟ ୩୪୦ କିଲୋମିଟର ପଶ୍ଚିମରେ ଥିବା କ୍ୟାଉକଟାଉ ଟାଉନସିପରେ ଘଟିଛି। ଏହି ଛୋଟ ସହର ସଶସ୍ତ୍ର ଗୋଷ୍ଠୀ ଆରାକାନ୍ ଆର୍ମି ଦ୍ୱାରା ନିୟନ୍ତ୍ରିତ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button