ମନୋରଞ୍ଜନ

Radhika’s clarification: ରାଧିକାଙ୍କ ସଫେଇ

ନିଜର ବୋଲ୍‌ଡ ଅନ୍ଦାଜ ଓ ଭିନ୍ନ ଧରଣର ଅଭିନୟ ପାଇଁ ବଲିଉଡ୍‌ରେ ବେଶ୍‌ ପରିଚିତ ଅଭିନେତ୍ରୀ ରାଧିକା ଆପ୍‌ତେ। ଅଭିନୟରେ ସବୁବେଳେ ଭିନ୍ନତା ଆଣିବାକୁ ଚେଷ୍ଟା କରୁଥିବା ରାଧିକା ଅନେକ ଆହ୍ବାନମୂଳକ ଚରିତ୍ରରେ ନଜର...

ନିଜର ବୋଲ୍‌ଡ ଅନ୍ଦାଜ ଓ ଭିନ୍ନ ଧରଣର ଅଭିନୟ ପାଇଁ ବଲିଉଡ୍‌ରେ ବେଶ୍‌ ପରିଚିତ ଅଭିନେତ୍ରୀ ରାଧିକା ଆପ୍‌ତେ। ଅଭିନୟରେ ସବୁବେଳେ ଭିନ୍ନତା ଆଣିବାକୁ ଚେଷ୍ଟା କରୁଥିବା ରାଧିକା ଅନେକ ଆହ୍ବାନମୂଳକ ଚରିତ୍ରରେ ନଜର ଆସିଛନ୍ତି। ଚରିତ୍ରର ଆବଶ୍ୟକତା ଥିଲେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବାକୁ ମଧ୍ୟ ସେ ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ତାଙ୍କର ଏହି ବୋଲ୍‌ଡ ଅନ୍ଦାଜ ଯୋଗୁଁ ସେ ଅତୀତରେ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି।

ବିଶେଷ କରି ତାଙ୍କ ଅଭିନୀତ ଫିଲ୍ମ ‘ପାର୍ଚଡ୍‌’କୁ ନେଇ ଏକ ପୁରୁଣା ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଫିଲ୍ମଟି ମୁକ୍ତିଲାଭ କରିବା ପୂର୍ବରୁ ରାଧିକାଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ହୋଇ ଅନଲାଇନ୍‌ରେ ଭାଇରାଲ୍‌ ହୋଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ଏହା ଫିଲ୍ମର ପ୍ରଚାର ପାଇଁ ଏକ ‘ପବ୍ଲିସିଟି ଷ୍ଟଣ୍ଟ୍‌’ ଥିଲା ବୋଲି ମଧ୍ୟ କିଛି ଲୋକ ଦାବି କରିଥିଲେ।

ତେବେ ଏହି ଦାବିକୁ ରାଧିକା ଆପ୍‌ତେ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଘଟଣା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଲିକ୍‌ ହୋଇଥିବା ଦୃଶ୍ୟକୁ ନେଇ ଚାରିଆଡ଼େ ଆଲୋଚନା ହେବା ପରେ ସେ ଗଭୀର ଭାବେ ମାନସିକ ଚାପର ଶିକାର ହୋଇଥିଲେ। ଏପରିକି କିଛି ଦିନ ପର୍ଯ୍ୟନ୍ତ ସେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ ବୋଲି ରାଧିକା କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button