ମନୋରଞ୍ଜନ

Swara Bhasker: ବିବାହ ପୂର୍ବରୁ ଦୁଇଥର IVF କରାଇଥିଲେ ସ୍ୱରା ଭାସ୍କର: ରିଆଲିଟି ସୋ’ରେ କଲେ ଚାଞ୍ଚଲ୍ୟକର ଖୁଲାସା

ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଓ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ବିବାହ ପୂର୍ବରୁ ସେ ସିଙ୍ଗଲ୍ ମଦର (ଏକାକୀ ମା') ହେବା ପାଇଁ ଜଣେ ଅଜ୍ଞାତ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଦୁଇଥର ଆଇଭିଏଫ୍ (IVF) ପ୍ରକ୍ରିୟା ଆପଣାଇଥିଲେ ବୋଲି ପ୍ରକାଶ କରିଛନ୍ତି।

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଓ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ବିବାହ ପୂର୍ବରୁ ସେ ସିଙ୍ଗଲ୍ ମଦର (ଏକାକୀ ମା’) ହେବା ପାଇଁ ଜଣେ ଅଜ୍ଞାତ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଦୁଇଥର ଆଇଭିଏଫ୍ (IVF) ପ୍ରକ୍ରିୟା ଆପଣାଇଥିଲେ ବୋଲି ପ୍ରକାଶ କରିଛନ୍ତି। ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଏବଂ ଏମଏକ୍ସ ପ୍ଲେୟରରେ ପ୍ରସାରିତ ହେଉଥିବା ରିଆଲିଟି ସୋ’ ‘ରାଇଜ୍ ଆଣ୍ଡ୍ ଫଲ୍ ୨’ ରେ ଭାଗ ନେଇ କଥାବାର୍ତ୍ତା ହେବା ସମୟରେ ସ୍ୱରା ଏହି ସୂଚନା ଦେଇଛନ୍ତି।

“ଭାବିଥିଲି ବିବାହ ହୋଇପାରିବ ନାହିଁ…”
ସୋ’ରେ ସ୍ୱରା କହିଛନ୍ତି, “ମୁଁ ଭାବିଥିଲି ଯେ ମୋର ବୋଧହୁଏ ବିବାହ ହୋଇପାରିବ ନାହିଁ। ତେଣୁ ମୁଁ ଏକାକୀ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଇଥିଲି। ଏଥିପାଇଁ ମୁଁ ମୋ ବାପା-ମା’ଙ୍କୁ ମଧ୍ୟ ମନାଇ ନେଇଥିଲି। ଭାରତ ପରି ଦେଶରେ ଏହା ଏକ ବଡ଼ ଚ୍ୟାଲେଞ୍ଜିଂ କାମ ହେବ ବୋଲି ବାପା-ମା’ ଚିନ୍ତିତ ଥିଲେ ସତ, କିନ୍ତୁ ମୋ ଖୁସି ପାଇଁ ସେମାନେ ସମ୍ମତି ଦେଇଥିଲେ।” ସେ ଆହୁରି କହିଛନ୍ତି ଯେ, ସେ ପ୍ରକୃତରେ ନିଜର ଏକ ପରିବାର ଚାହୁଁଥିଲେ। ସେଥିପାଇଁ ଜଣେ ଅଜ୍ଞାତ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ସେ ଦୁଇଥର ଆଇଭିଏଫ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା।

ଫହାଦଙ୍କ ସହ ଭେଟ ଓ ବିବାହ
ଆଇଭିଏଫ ବିଫଳ ହେବା ପରେ ତାଙ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କ ସହ ବନ୍ଧୁତା ହୋଇଥିଲା। ପାଖାପାଖି ୩ ମାସ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ କୋର୍ଟ ମ୍ୟାରେଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ।ସୂଚନାଯୋଗ୍ୟ, ସ୍ୱରା ଭାସ୍କର ୨୦୨୩ ଜାନୁଆରୀ ୬ ରେ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ ଏବଂ ଫେବୃଆରୀ ୧୬ ରେ ଏହାର ଆନୁଷ୍ଠାନିକ ଘୋଷଣା କରିଥିଲେ। ପରେ ମାର୍ଚ୍ଚ ମାସରେ ଦିଲ୍ଲୀରେ ଏକ ଭବ୍ୟ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯାଇଥିଲା। ବିବାହ ସମୟରେ ହିଁ ସେ ଗର୍ଭବତୀ ଥିବା ଖବର ପାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button