ରାଜ୍ୟ

Odia Udyogee 3.0 ଓଡ଼ିଆ ଉଦ୍ୟୋଗୀ ୩.୦ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର ଆଇଆଇଟିରେ ‘ଓଡ଼ିଆ ଉଦ୍ୟୋଗୀ ୩.୦’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ। ୧୦୧ ବିଦ୍ୟାଳୟର ୧୯୨ ଛାତ୍ରଛାତ୍ରୀ ଅଭିନବ ସମାଧାନ ଉପସ୍ଥାପନ କରିଛନ୍ତି।

ଭୁବନେଶ୍ୱର:   ଓଡ଼ିଆ ଉଦ୍ୟୋଗୀ ୩.୦ ରାଜ୍ୟସ୍ତରୀୟ ସମସ୍ୟା ସମାଧାନ ପ୍ରତିଯୋଗିତା ଆଜି (ବୁଧବାର) ଭୁବନେଶ୍ବର ଆଇଆଇଟିଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂଆ ଚିନ୍ତାଧାରା ଓ ପ୍ରଯୁକ୍ତି ସହାୟତାରେ ତାହାର ସମାଧାନ କରିବାର ଏହି ପ୍ରତିଯୋଗିତାର ଲକ୍ଷ୍ୟ।   ଏଥିରେ ରାଜ୍ୟର ୧୦୧ଟି ବିଦ୍ୟାଳୟର ୧୯୨ ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନ କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ୟୁନିସେଫ୍‌ ଏବଂ ଭୁବନେଶ୍ବର ଆଇଆଇଟିର ଗବେଷଣା ଓ ଉଦ୍ୟୋଗିତା ପାର୍କର ମିଳିତ ଉଦ୍ୟମରେ ଅନୁଷ୍ଠିତ ’ଓଡ଼ିଆ ଉଦ୍ୟୋଗୀ ୩.୦’ ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୯୬୯ଟି ଚିନ୍ତାଧାରା ମିଳିଥିଲା। ସେଥିରୁ ୭୪୯ଟି ଜିଲ୍ଲାସ୍ତରୀୟ ପର୍ଯ୍ୟାୟ ପାଇଁ ଚୟନ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button