ରାଜ୍ୟ

Student Drowning Case: ନରଣଗଡ଼ ଛାତ୍ର ବୁଡ଼ି ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷକ ଓଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ନିଲମ୍ବିତ

ନରଣଗଡ଼ ସ୍କୁଲ ଛାତ୍ର ବୁଡ଼ି ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ନିଲମ୍ବିତ। ପୂର୍ବରୁ କ୍ରୀଡ଼ା ଶିକ୍ଷକ ମଧ୍ୟ ନିଲମ୍ବିତ ହୋଇଥିଲେ।

ଖୋରଧା(ବିକାଶ ଚନ୍ଦ୍ର ସାହୁ): ଜଙ୍କିଆ ଥାନା ନରଣଗଡ଼ ପିଏମଶ୍ରୀ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି (ମଙ୍ଗଳବାର) ଖଣି ପୋଖରୀରେ ବୁଡ଼ି ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗତକାଲି ବାଲିପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ସୁନୀଲ ପଣ୍ଡା ନିଲମ୍ବିତ ହୋଇଥିଲେ। ଆଜି (ବୁଧବାର) ନରଣଗଡ଼ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ବିଜୟୀ ପ୍ରତାପ ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲୀପ କୁମାର ମୋଦିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button