ରାଜ୍ୟ

International Day of Older Persons: ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ବିକଳ୍ପ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଅକ୍ଟୋବର ପହିଲା ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଦୀର୍ଘାୟୁର ଯୁଗ: ଦୀର୍ଘତର ଜୀବନ ପାଇଁ ବ୍ୟବସ୍ଥାଗୁଡ଼ିକର ପୁନର୍ବିଚାର’। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଏହି ଦିବସ ପାଳନ କରାଯିବ।

ଭୁବନେଶ୍ବର: ଅକ୍ଟୋବର ପହିଲା ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଦୀର୍ଘାୟୁର ଯୁଗ: ଦୀର୍ଘତର ଜୀବନ ପାଇଁ ବ୍ୟବସ୍ଥାଗୁଡ଼ିକର ପୁନର୍ବିଚାର’। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଏହି ଦିବସ ପାଳନ କରାଯିବ। ଏଥିପାଇଁ ସକାଳ ସାଢ଼େ ୬ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ତେବେ ରାଜ୍ୟସ୍ତରୀୟ ଉତ୍ସବ ପାଳନରେ ବରିଷ୍ଠ ନାଗରିକଙ୍କୁ ବାଧ୍ୟତାମୂଳକ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ବୋଉ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅତିସ କୁମାର ମହାନ୍ତି।    ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବରିଷ୍ଠ ନାଗରିକ ସଂଗଠନମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ବରିଷ୍ଠ ନାଗରିକଙ୍କୁ ଦିନସାରା କାର୍ଯ୍ୟକ୍ରମରେ ସାମିଲକୁ ନେଇ ପ୍ରଶ୍ନ 
ବିକଳ୍ପ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ସାଢ଼େ ୧୦ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମରେ ରହିବାକୁ ହେବ। ଓଡ଼ିଶା ବରିଷ୍ଠ ନାଗରିକ ନୀତି, ୨୦୧୬ର ଧାରା ୯.୧ ଅନୁସାରେ ବରିଷ୍ଠ ନାଗରିକ ସୁରକ୍ଷା ଓ ମର୍ଯ୍ୟାଦା ସହିତ ବାର୍ଦ୍ଧକ୍ୟ ଅତିବାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେମାନେ ପୂର୍ଣ୍ଣ ଅଧିକାରସମ୍ପନ୍ନ ନାଗରିକ ଭାବରେ ସମାଜରେ ଅଂଶଗ୍ରହଣ କରିବେ ତାହା ପ୍ରମୁଖତାରେ ରହିଛି। ହେଲେ ଅଂଶଗ୍ରହଣ କୌଣସି ପ୍ରକାର ଧୈର୍ଯ୍ୟ ପରୀକ୍ଷା ନୁହେଁ। ଜାତୀୟ ବରିଷ୍ଠ ନାଗରିକ ନୀତି, ୧୯୯୯, ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ, ୨୦୦୭ର ଧାରା ୨୦ ଓ ଜାତୀୟ ବୃଦ୍ଧଜନ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ୱାସ୍ଥ୍ୟ ଓ କ୍ଷମତା-ଆଧାରିତ ନିରାପଦ କାର୍ଯ୍ୟକଳାପକୁ ପ୍ରଥମ ସ୍ଥାନ ଦେଇ ଆସିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button