ରାଜ୍ୟ
Research book: ଗବେଷଣା ଗ୍ରନ୍ଥ ‘ଜାତୀୟ ଅସ୍ମିତା ଓ ମଧୁସୂଦନ’ ଉନ୍ମୋଚିତ: ‘ମଧୁବାବୁଙ୍କ ଉପରେ ଅଧିକ ଗବେଷଣା ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି’
‘ଜଣେ ଯୁଗପୁରୁଷଙ୍କ ନିକଟରେ କୃତଜ୍ଞ ରହିବା ପରମ୍ପରା ଅନ୍ୟ ଜାତିମାନଙ୍କ ପାଖରେ ରହିଛି। ଓଡ଼ିଆ ଜାତି ସେଥିରେ ପଛୁଆ ନ ରହୁ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଓଡ଼ିଆ ଜାତି ଯେତିକି ଗର୍ବ କରିବା କଥା ବା ତାଙ୍କୁ ଯେତିକି ସମ୍ମାନ ଦେବା କଥା, ହୁଏତ ତାହା ହୋଇପାରିନାହିଁ।

ଭୁବନେଶ୍ବର: ‘ଜଣେ ଯୁଗପୁରୁଷଙ୍କ ନିକଟରେ କୃତଜ୍ଞ ରହିବା ପରମ୍ପରା ଅନ୍ୟ ଜାତିମାନଙ୍କ ପାଖରେ ରହିଛି। ଓଡ଼ିଆ ଜାତି ସେଥିରେ ପଛୁଆ ନ ରହୁ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଓଡ଼ିଆ ଜାତି ଯେତିକି ଗର୍ବ କରିବା କଥା ବା ତାଙ୍କୁ ଯେତିକି ସମ୍ମାନ ଦେବା କଥା, ହୁଏତ ତାହା ହୋଇପାରିନାହିଁ। ସେଥିପାଇଁ ମଧୁବାବୁଙ୍କ ସମ୍ପର୍କରେ ଯେତେ ଅଧିକ ଚର୍ଚ୍ଚା ହେବ, ତାହାକୁ ସମସ୍ତେ ସ୍ୱାଗତ କରିବା ଦରକାର। ସେ ଏ ଜାତି ପାଇଁ କଣ କରିଯାଇଛନ୍ତି, ସେ ସମ୍ପର୍କରେ ଅଧିକ ଆଲୋଚନା ହେଉ। ଏଭଳି ଜଣେ ମହାପୁରୁଷ, ଏଭଳି ଏକ ପ୍ରତିଭା ଯେ ଆମ ଭିତରେ ଥିଲେ ବୋଲି ଅନୁଭବ କରିବା ହିଁ ଆମ ଅସ୍ମିତାର ଅସଲ ପରିଚୟ।
ସୌଜନ୍ୟ ସମ୍ବାଦ




