ରାଜ୍ୟ

Alternative Route ଭୂସ୍ଖଳନ ଯୋଗୁଁ କଳିଙ୍ଗାଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଯାତାୟାତ ଯୋଜନା

କଳିଙ୍ଗାଘାଟିରେ ଭୂସ୍ଖଳନ ପରେ ରାସ୍ତା ମରାମତି ଜାରି। ବିକଳ୍ପ ରାସ୍ତାର ସ୍ଥିତି ଅନୁଧ୍ୟାନ ପରେ ଶୀଘ୍ର ସିଙ୍ଗିଲ୍‌ ଲାଇନ୍‌ ଯାତାୟାତ ଯୋଜନା।

ଘୁ. ଉଦୟଗିରି(ସମୀର ପାଢ଼ୀ): କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ରାସ୍ତାର ମରାମତି କାମ ଚାଲିଛି। ତେବେ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଯାତାୟାତକୁ ସାମୟିକ ସ୍ବାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି କ୍ରମରେ ଆଜି (ଗୁରୁବାର) ପ୍ରଶାସନିକ ଅଧିକାରୀମାନେ ବାଇକ୍‌ ଯୋଗେ ବାଇପାସ୍‌ ରାସ୍ତାରେ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

କନ୍ଧମାଳଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି, ପ୍ରୋବେସନାଲ୍‌ ଆଇଏଏସ୍‌ ଯଶକରଣ ସିଂହ, ଜିଲ୍ଲା ପରିଷଦ ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା, ବ୍ଲକ ସହକାରୀ ଯନ୍ତ୍ରୀ ରୁଦ୍ର ନାରାୟଣ ମାଝି ଓ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ବାଇକ୍‌ ଯୋଗୁଁ ବିକଳ୍ପ ରାସ୍ତାରେ ଯାଇଥିଲେ।

🔴Heavy rain: କଳିଙ୍ଗା ଘାଟିର ସ୍ଥିତି ପରଖିଲେ ବିଧାୟକ; ଫୁଲୁଛି ବଂଶଧାରା, ବଢ଼ୁଛି ଜଳସ୍ତର; ଭଦ୍ରକ ଜିଲ୍ଲାର ୩୯୯ଟି ବିଦ୍ୟାଳୟ ଆସନ୍ତାକାଲି ବନ୍ଦ
ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ସତୀଶ ପଟେଲଙ୍କ କହିବାନୁସାରେ, ଭୂସ୍ଖଳନ ଯୋଗୁଁ ଧସିଯାଇଥିବା ରାସ୍ତାର ମରାମତି କାମ ଆରମ୍ଭ ହୋଇଛି। ଅସ୍ଥାୟୀ ରାସ୍ତା ଉପରେ ପଡ଼ିଥିବା ବଡ଼ ପଥରଗୁଡ଼ିକୁ ବ୍ଲାଷ୍ଟିଂ କରି ହଟାଯିବା ସହ ଭାଙ୍ଗିଯାଇଥିବା ଗାର୍ଡ ୱାଲ୍‌ର ମଧ୍ୟ ମରାମତି କରାଯିବ। ଗାର୍ଡ ୱାଲ୍‌ କାମ ଚାଲିଛି। ଆବଶ୍ୟକ କାମ ଶେଷ ହେବା ପରେ ଶୀଘ୍ର ସିଙ୍ଗିଲ୍‌ ଲାଇନ୍‌ରେ ଯାନବାହନ ଚଳାଚଳ କରାଯିବ। ପରେ ରାସ୍ତାର ସମ୍ପୂର୍ଣ୍ଣ ମରାମତି କାମ ଶେଷ କରାଯିବ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button