ରାଜ୍ୟ

Odisha Governor Meets PM Modi ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ଓ କେନ୍ଦ୍ରୀୟ ଯୋଜନା ନେଇ ଆଲୋଚନା କରିଛନ୍ତି।

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି।

ଏହି ସାକ୍ଷାତକାର ସମୟରେ, ରାଜ୍ୟପାଳ କମ୍ଭମ୍‌ପାଟି ଓଡ଼ିଶାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ସେଗୁଡ଼ିକର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତଥ୍ୟ ରଖିଥିଲେ। ଏହି ଆଲୋଚନାରେ ରାଜ୍ୟର ବିକାଶ ଏବଂ ଓଡ଼ିଶାରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ବିଷୟବସ୍ତୁ ସାମିଲ ଥିଲା।

ଏହା ସହିତ ନିକଟରେ ଓଡ଼ିଶା ଲୋକ ଭବନକୁ ମିଳିଥିବା ଇଣ୍ଡିଆନ୍‌ ଗ୍ରିନ୍‌ ବିଲିଡିଂ କାଉନ୍‌ସିଲ୍‌ର ପ୍ଲାଟିନମ୍ ସାର୍ଟିଫିକେସନ୍ (ସନନ୍ଦ) ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button