ରାଜ୍ୟ
SCB: ଏସ୍ସିବିରେ ରୋଗୀଙ୍କୁ ପିଟିପିଟି ମାରିବା ଘଟଣା: ଫରେନସିକ୍ ପରୀକ୍ଷା ପାଇଁ ଗଲା ହାର୍ଟ, ଲିଭର୍, କିଡ୍ନି
ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଯାଜପୁରର ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ହତ୍ୟା ଅଭିଯୋଗର ପୁଲିସ ତନାଘନା ଚଳାଇଛି। ଏସ୍ସିବି ପକ୍ଷରୁ ଶ୍ରୀକାନ୍ତଙ୍କ ଲିଭର୍, କିଡ୍ନି ଓ ହାର୍ଟର ହିଷ୍ଟୋପାଥୋଲୋଜିକାଲ୍...

କଟକ: ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଯାଜପୁରର ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ହତ୍ୟା ଅଭିଯୋଗର ପୁଲିସ ତନାଘନା ଚଳାଇଛି। ଏସ୍ସିବି ପକ୍ଷରୁ ଶ୍ରୀକାନ୍ତଙ୍କ ଲିଭର୍, କିଡ୍ନି ଓ ହାର୍ଟର ହିଷ୍ଟୋପାଥୋଲୋଜିକାଲ୍ (ଏଚ୍ପି) ଷ୍ଟଡି ପାଇଁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରି(ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଏହା ସହିତ ଭିସେରା ନମୁନା ମଧ୍ୟ ପଠାଯାଇଛି। ଏସ୍ସିବି ପକ୍ଷରୁ ବ୍ୟବଚ୍ଛେଦ ସଂକ୍ରାନ୍ତ କୌଣସି ସ୍ପଷ୍ଟ ସୂଚନା ମଙ୍ଗଳାବାଗ ଥାନା ପୁଲିସକୁ ଦିଆଯାଇନାହିଁ। ଏସ୍ଏଫ୍ଏସ୍ଏଲ୍ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ




